Latest Odisha News

BREAKING NEWS

ପ୍ରବଳ ବର୍ଷା ଆଶଙ୍କା: ଉପକୂଳବର୍ତ୍ତୀ ଜିଲ୍ଲାପାଳମାନେ ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆସନ୍ତା ୩୦ ଅକ୍ଟୋବର ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସତର୍କ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ଯୁଗ୍ମ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ରବିବାର ଦିନ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

“ରାଜ୍ୟର ପୁରୀ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ବୃଷ୍ଟିପାତକୁ ଦୃଷ୍ଟିରେ ରଖିି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନିକଟରେ ତିତଲି ବାତ୍ୟା ଓ ତତପରେ ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ଗଜପତି ଓ ଗଞ୍ଜାମ ଜିଲ୍ଲା ପ୍ରତି ଅଧିକ ଦୃଷ୍ଟି ରଖାଯାଇଥିôବାର” କହିଛନ୍ତି ରାଜ୍ୟ ସରକାରଙ୍କ ଯୁଗ୍ମ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ।

ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଘୂଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ କଟକ, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ବାଲେଶ୍ୱର ଜିଲ୍ଲାରେ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବୃଷ୍ଟି ହେବାର ସତର୍କ ସୂଚନା ପ୍ରଦାନ କରିଛନ୍ତି ।

ଆଜିଠାରୁ ଉପକୂଳବର୍ତ୍ତୀ କେତେକ ଜିଲ୍ଲାମାନଙ୍କରେ ପ୍ରାୟ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଅକ୍ଟୋବର ୨୯ ତାରିଖ ଦିନ ପ୍ରାୟ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ଆଶଙ୍କା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ ଆର୍ ବିଶ୍ୱାସ କହିଛନ୍ତି ।

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମତ୍ସ୍ୟଜୀବୀମାନେ ଅକ୍ଟୋବର ୨୯ ଓ ୩୦ ତାରିଖ ଦିନ ଗଭୀର ସମୁଦ୍ରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ ।

Leave A Reply

Your email address will not be published.