Latest Odisha News

BREAKING NEWS

ବର୍ଷାରେ ବେହାଲ ଭଦ୍ରକ,ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବର୍ଷାରେ ବେହାଲ ଭଦ୍ରକ ସହର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ସହରର ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଲୋକମାନେ ଯିବା ଆସିବାରେ ହଇରାଣ ହୋଇଛନ୍ତି. । ବର୍ଷା ପବନ ଲାଗି ରହିଥିବାରୁ ୯ନଂ ୱାର୍ଡରେ ବିରାଟ ଗଛ ଉପୁଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ତାର ଛିଡ଼ି ଯାଇଥିବା ଜଣାପଡିଛି ।

ସେହିପରି ଭଦ୍ରକ ପୌରପାଳିକା ଅନ୍ତର୍ଗତ ୫ ନଂ ୱାର୍ଡ ପଥରଆଡି ନିକଟରେ ରାସ୍ତା ଉପରେ ବର୍ଷା ଜଳ ଲହଡି ଭାଙ୍ଗୁଛି  । କଣ୍ଟାପାଳ ସମେତ ବିଭିନ୍ନ କଲୋନୀରେ ପାଣି ପଶି ଯାତାୟାତରେ ସମସ୍ୟା ଦେଖାଦେଇଛି. । ଡ୍ରେନ ସମସ୍ୟା ଥିବାରୁ, ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ଫଳରେ ରାସ୍ତା ଉପରେ ଦୁଇ ଫୁଟର ବର୍ଷା ଜଳ ଲହଡି ଭାଙ୍ଗୁଛି ।

ରାସ୍ତା ଉପରେ କିଛି ପଞ୍ଚାୟତବାସୀଙ୍କ  ସହ ପୌରପାଳିକାର କିଛି ୱାର୍ଡ ବାସୀ ନିର୍ଭର କରିଥାନ୍ତି. । ସ୍କୁଲ,କିଛି  ସରକାରୀ କାର୍ଯ୍ୟାଳୟ ଥିବାରୁ ଲୋକମାନେ ଯିବାଆସିବାରେ ହଇରାଣ ହେଉଛନ୍ତି । ଏପରିକି ବର୍ଷା ଜଳ ନିଷ୍କାସନ ହୋଇ ନପାରି ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.