Latest Odisha News

BREAKING NEWS

ବୁଲିଲେ ଜଳମଗ୍ନ ଅଞ୍ଚଳ, ଲୋକଙ୍କ ସମସ୍ୟା ଶୁଣିଲେ ଅପରାଜିତା

ଭୁବନେଶ୍ୱର : ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ସ୍ଥିିତି ମଧ୍ୟ ବେହାଲ ହୋଇପଡ଼ିଛି । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଚିନ୍ତା ପ୍ରକଟ କରିବା ସହ ଓଲଡଟାଉନ୍ ର ବିଭିନ୍ନ ଅଞ୍ଚଳ ବୁଲିଦେଖିଛନ୍ତି।

ଅନେକ ଲୋକଙ୍କ ଘରକୁ ଯାଇ ସମସ୍ତଙ୍କ ଅସୁବିଧା ପଚାରି ବୁଝିଛନ୍ତି । ପାଣି ଭିତରେ ପଶି ସମସ୍ତଙ୍କ ଘର ବୁଲିଛନ୍ତି ସାଂସଦ। ବର୍ଷା ଯୋଗୁଁ ଅନେକଙ୍କ ଘରେ ଆଜି ଚୁଲି ଜଳିପାରିନି ଉପାସ ରହିଛନ୍ତି ଲୋକମାନେ । ସେମାନଙ୍କ ସ୍ଥିତି ପରିଖିଛନ୍ତି ।

ଅନେକ ଡ୍ରେନ୍ ମଧ୍ୟ ବ୍ଲକ ହୋଇ ରହିଛି ସେ ସବୁ ବୁଲିଦେଖିଛନ୍ତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଅପରାଜିତା ଏସବୁ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ୱରର  ଅନେକ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଯାଇଛି।

Leave A Reply

Your email address will not be published.