Latest Odisha News

BREAKING NEWS

ବର୍ଷାରେ ଭିଜୁଛି ସାରା ଓଡ଼ିଶା, ଚାଷୀଙ୍କ ଉପରେ ଦାଉ ସାଧିଛି ଅଦିନିଆ ବର୍ଷା

ଭୁବନେଶ୍ୱର: ବର୍ଷାରେ ଭିଜୁଛି ସାରା ଓଡ଼ିଶା । କିଛି କିଛି ସ୍ଥାନରେ ବର୍ଷା ହେଉଥିବାବେଳେ ଆଉ କିଛି ସ୍ଥାନରେ ପାଗ କୋହଲା ରହିଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ । ଉପକୂଳ ଓଡ଼ିଶା ସମେତ ତତସଂଲଗ୍ନ ଅଞ୍ଚଳର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା, ଢ଼େଙ୍କାନାଳ, କଟକ, ନୟାଗଡ଼, ସୋନପୁର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର । କିଛି କିଛି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୧୪ତାରିଖ ସକାଳରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ହେଲେ ୧୫ ତାରିଖ ବେଳକୁ ବର୍ଷାର ପରିମାଣ କମିଯିବ । ୧୬ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ହେଲେ ଚାଷ ପାଇଁ କାଳ ସାଜିଛି ଅଦିନିଆ ବର୍ଷା । ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଚାଷ ଉପରେ ପ୍ରଭାବ ପକାଇଛି । ଚାଷ ଜମିରେ ପାଣି ଜମି ନଷ୍ଟ ହୋଇଛି ଚାଷ । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ ।

Comments are closed, but trackbacks and pingbacks are open.