Latest Odisha News

BREAKING NEWS

୧୪ଟି ଜିଲ୍ଲାରେ ପବନ, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା: ୨୧ରେ ଲଘୁଚାପ ସହିତ ବନ୍ୟା ସମ୍ଭାବନା

ଭୁବନେଶ୍ୱର : ଏହି ସପ୍ତାହରେ ରାଜ୍ୟରେ ପ୍ରବଳ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ବର୍ଷାଜଳରେ ବିିଭିନ୍ନ ସ୍ଥାନ ବେହାଲ୍ । ଜନବହୁଳ ସହର ମାନଙ୍କରେ ପ୍ରବଳ ବର୍ଷା ଯୋଗୁଁ ଜୀବନଯାପନ ବ୍ୟାହତ ହୋଇଛି, ନଦୀ ନିକଟସ୍ଥ ଗ୍ରାମଗୁଡ଼ିକରେ ବନ୍ୟା ପରିସ୍ଥିତି ଜନସାଧାରଣଙ୍କୁ ଏକ ଆତଙ୍କିତ ଅବସ୍ଥାକୁ ଟାଣିନେଉଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ସାଙ୍ଗକୁ ୨୧ ତାରିଖ ଆଡ଼କୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ଆଗାମୀ କିଛି ଘଣ୍ଟା ମଧ୍ୟରେ ଓଡ଼ିଶାର ଯେଉଁ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେଗୁଡ଼ିକ ହେଲା – କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ।

ଏହି ସବୁ ଜିଲ୍ଲାରେ ପବନ, ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହି ସମୟରେ ନିରାପଦ ସ୍ଥାନମାନଙ୍କରେ ରହିବାକୁ ଜନସାଧାରଣମାନଙ୍କୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ।

Leave A Reply

Your email address will not be published.