Latest Odisha News

BREAKING NEWS

ଲଗାଣ ବର୍ଷାରେ ବଢୁଛି ବିଭିନ୍ନ ଡ୍ୟାମର ଜଳସ୍ତର, ଖୋଲିଲା ହୀରାକୁଦର ୨ଟି ଗେଟ୍

କୋରାପୁଟ/ନବରଙ୍ଗପୁର/ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ରାଜ୍ୟର ବିଭିନ୍ନ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ଜଳ ନିଷ୍କାସନ ଲାଗି ଡ୍ୟାମର କିଛି କିଛି ଗେଟ୍ ଖୋଲାଯାଉଛି ।

କୋରାପୁଟ ଜିଲ୍ଲାରେ ଥିବା ମାଛକୁଣ୍ଡ ଡ୍ୟାମର ୪ଟି ଗେଟକୁ ଆଜି କର୍ତ୍ତୃପକ୍ଷ ଖୋଲିଥିବା ବେଳେ ଲମତାପୁଟସ୍ଥିତ ଜଳପୁଟ ଡ୍ୟାମର ୩ଟି ଗେଟ୍ ଖୋଲାଯାଇଛି । ଏହାଦ୍ୱାରା ଶୁକ୍ରବାର ସକାଳ ୯ଟା ସୁଦ୍ଧା ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପିଛା ୨୩,୦୦୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧୨ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

ସେହିପରି ନବରଙ୍ଗପୁର ଜିଲ୍ଲାରେ ଥିବା ଇନ୍ଦ୍ରାବତୀ ନଦୀର ଜଳସ୍ତର ବଢୁଥିବା ଯୋଗୁଁ କର୍ତ୍ତୃପକ୍ଷ ଇନ୍ଦ୍ରାବତୀ ଓ ମୁରନ୍ ଡ୍ୟାମର ୨ଟି ଗେଟକୁ ଖୋଲିଛନ୍ତି । ଶୁକ୍ରବାର ସକାଳ ୯ଟା ସୁଦ୍ଧା ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପିଛା ୮୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୮୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

ଅପରପକ୍ଷରେ ସମ୍ବଲପୁର ଡ୍ୟାମର ଜଳସ୍ତର ବୃଦ୍ଧିକୁ ନଜରରେ ରଖି କର୍ତ୍ତୃପକ୍ଷ ୨ଟି ଗେଟ୍ ଖୋଲିଛନ୍ତି । ଆହୁରି ଏହା ମଧ୍ୟକୁ ସେକେଣ୍ଡ ପିଛା ୧ ଲକ୍ଷ ୩୨ ହଜାର ୧୪୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୨ ଲକ୍ଷ ୧୭ ହଜାର ୭୩୭ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଯାହାଫଳରେ ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

Leave A Reply

Your email address will not be published.