Latest Odisha News

BREAKING NEWS

ଜଳାର୍ଣ୍ଣବ ଦିଲ୍ଲୀ: ଘରୁ ଗୋଡ଼ କାଢ଼ିବା ମୁସ୍କିଲ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ୍ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । କେଉଁଟି ପାଦେ, ତ ଆଉ କେଉଁଠି ଆଣ୍ଠୁଏ । ସ୍ଥାନେ ସ୍ଥାନେ ଅଣ୍ଟାଏ ଲେଖାଏ ପାଣି ବି ଜମିଛି । ଚାରି ଚକିଆ ଗାଡ଼ି ଗୋଟିଏ ଗୋଟିଏ ସ୍ଥାନରେ ଯାଆସ କରିବା ମୁସ୍କିଲ । ଲୋକ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ।

ଲଗାଣ ବର୍ଷା ପରେ ଜଳବନ୍ଦୀ ପରିସ୍ଥିତି ଯୋଗୁ ଦିଲ୍ଲୀ ଏନସିଆର ସମେତ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ, ଫରିଦାବାଦ, ପ୍ରଗତି ମୈଦାନ ଆଦି ଅଞ୍ଚଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏମିତିକି ସ୍ଥିତି ହୋଇଛି ଯେ ଗୋଟିଏ ଗୋଟିଏ ସ୍ଥାନରେ ପାଣି ଭିତରେ ଅଟକି ଯାଉଛି ବାଇକ ଓ ଅଟୋ ।

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୩୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ମୌସୁମୀ ସିଜିନର ଏହା ଦିନକରେ ସର୍ବାଧିକ ବର୍ଷା । ପାଣିପାଗ ବିଭାଗ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରିଛି । ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ।

Leave A Reply

Your email address will not be published.