Latest Odisha News

ଓଡ଼ିଶାରେ ୧୦ ଲକ୍ଷ ପାର କଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । କିନ୍ତୁ ୦-୧୮ ବର୍ଷ ଭିତରେ ପିଲାଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୯୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୦-୧୮ ବର୍ଷ ଭିତରେ ୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ପ୍ରତିଦିନ ଶହେରୁ ଅଧିକ ଛୁଆ ଓ କିଶୋର କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ।

ଆଜି କେବଳ ଖୋର୍ଦ୍ଧା ଜିଲ୍ଲାରୁ ଶହେରୁ ଅଧିକ ସଂକ୍ରମିତ ବାହାରିଛନ୍ତି । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୨ ଆକ୍ରାନ୍ତ । କଟକରୁ ୮୮, ବାଲେଶ୍ୱରରୁ ୫୧, ଯାଜପୁରରୁ ଆଉ ୪୯ ଜଣ ସଂକ୍ରମିତ ହୋଇଛନ୍ତି । ବୌଦ୍ଧ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ଆଜି କେହି ସଂକ୍ରମିତ ହୋଇ ନାହାନ୍ତି ।

୨୪ ଘଣ୍ଟାରେ ରାଜ୍ୟରେ ୭୧ହଜାର ୨୬୪ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୨୭ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୮୩ହଜାର ୨୪୫ ଆକ୍ରାନ୍ତ । ଏବେ ରାଜ୍ୟରେ ୯ହଜାର ୪୯୭ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.