Latest Odisha News

BREAKING NEWS

ଭାରତ ମହାସାଗରରେ ବଡ଼ ସାମୁଦ୍ରିକ ଝଡ଼ର ଆଶଙ୍କା, ଅବପାତରେ ପରିଣତ ହେଲା ଲଘୁଚାପ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତ ମହାସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ଝଡ଼ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ପୂର୍ବ ବିଷୁବରେଖା ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ କିଛି ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇଛି । ଏହା କ୍ରମେ ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି । ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭାରତ ମହାସାଗର ମଧ୍ୟରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୩୦ ତାରିଖ ପ୍ରାୟ ସନ୍ଧ୍ୟା ବେଳକୁ ଏହା ଆନ୍ଧ୍ରପ୍ରଦେଶର ଉପକୂଳ ଛୁଇଁବାର ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ ।

ଏହି ଅବପାତ ଯୋଗୁଁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ଝଡ଼ ହେବାର ସମ୍ଭାବନା ରହିଛି, ଘଣ୍ଟାପ୍ରତି ୧୩୫ କିଲୋମିଟରରୁ ୧୪୦ କିଲୋମିଟର ବେଗରେ ପବନ ବହି ବତାଶ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.