Latest Odisha News

BREAKING NEWS

ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର

ଭୁବନେଶ୍ୱର : ଓଡିଶାର ଚତୃର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ନିଜ ନିଜର ନିର୍ବାଚନୀ ପ୍ରଚାର ଅଭିଯାନକୁ ଖୁବ୍ ଜୋରଦାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର ଅନେକ ନେତା ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ବିଭିନ୍ନ ସ୍ଥାନରେ ବିଜୟ ସଙ୍କଳ୍ପ ସମାବେଶ କରୁଥିବାବେଳେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଶା ଗସ୍ତରେ ଆସୁଛନ୍ତି ।

ତାଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଅମିତ ଶାହ ଦ୍ୱିପ୍ରହର ୧୨ଟା ୩୦ମି. ସମୟରେ ମୟୁରଭଞ୍ଜ ଜିଲ୍ଳାରେ ପହଞ୍ଚିବେ । ସେଠାରୁ ମୋରଡା ଅଭିମୁଖେ ଗସ୍ତ କରି ଏକ ବିଜୟ ସଙ୍କଳ୍ପ ସମାବେଶକୁ ସମ୍ବୋଧିତ କରିବେ । ପରେପରେ ଯାଜପୁରର ସୁକିନ୍ଦାରେ ଆୟୋଜିତ ବୈଠକରେ ଯୋଗଦେବେ।

ସେହିପରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇର ତିନିମୁହାଣୀ ଏବଂ କେନ୍ଦ୍ରାପଡା ଜିଲ୍ଲାର ଆଳି ଠାରେ ଏକ ରୋଡ ଶୋ’ କରିବେ । ପରବର୍ତ୍ତୀ ସମୟରେ ଟାଙ୍ଗୀ ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

୪ର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୬ଟି ଲୋକସଭା ଓ ୪୨ଟି ବିଧାନସଭା ନିର୍ବାଚନୀମଣ୍ଡଳୀର ନାମ-

ମୟୁରଭଞ୍ଜ (ଲୋକସଭା)-( ଏସଟି), ଜସିପୁର (ଏସଟି), ସରସକଣା (ଏସଟି), ରାଇରଙ୍ଗପୁର (ଏସଟି), ବାଙ୍ଗିରିପୋଷି (ଏସଟି), ଉଡଦା (ଏସଟି), ବାରିପଦା (ଏସଟି), ମୋରଡା (ସାଧାରଣ) ।

ବାଲେଶ୍ୱର (ଲୋକସଭା)- (ସାଧାରଣ), ବଡସାହି (ଏସସି), ଜଳେଶ୍ୱର (ସାଧାରଣ), ଭୋଗରାଇ (ସାଧାରଣ), ବସ୍ତା (ସାଧାରଣ), ବାଲେଶ୍ୱର (ସାଧାରଣ), ରେମୁଣା (ଏସସି) ଏବଂ ନୀଳଗିରି (ସାଧାରଣ) ।

ଭଦ୍ରକ (ଲୋକସଭା)- (ଏସସି), ସୋର (ଏସସି), ସିମୁଳିଆ (ସାଧାରଣ), ଭଣ୍ଡାରିପୋଖରୀ (ସାଧାରଣ), ଭଦ୍ରକ (ସାଧାରଣ), ବାସୁଦେବପୁର (ସାଧାରଣ), ଚାନ୍ଦବାଲି (ସାଧାରଣ) ଏବଂ ଧାମନଗର (ଏସସି) ।

ଯାଜପୁର (ଲୋକସଭା)- (ଏସସି), ବିଞ୍ଝାରପୁର (ଏସସି), ବରି (ସାଧାରଣ), ବଡଚଣା (ସାଧାରଣ), ଧର୍ମଶାଳା (ସାଧାରଣ), ଯାଜପୁର (ସାଧାରଣ), କୋରେଇ (ସାଧାରଣ) ଏବଂ ସୁକିନ୍ଦା (ସାଧାରଣ) ।

କେନ୍ଦ୍ରାପଡା (ଲୋକସଭା)- (ସାଧାରଣ), ସାଲେପୁର (ସାଧାରଣ), ମାହାଙ୍ଗା (ସାଧାରଣ), ପାଟକୁରା (ସାଧାରଣ), କେନ୍ଦ୍ରାପଡା (ଏସସି), ରାଜନଗର (ସାଧାରଣ), ମହାକାଳପଡା (ସାଧାରଣ) ଏବଂ ଆଳି (ସାଧାରଣ) ।

ଜଗତସିଂହପୁର (ଲୋକସଭା)- (ଏସସି), ନିଆଳି (ଏସସି), ପାରାଦୀପ (ସାଧାରଣ), ତିର୍ତ୍ତୋଳ (ଏସସି), ବାଲିକୁଦା-ଏରସମା (ସାଧାରଣ), ଜଗତସିଂହପୁର (ସାଧାରଣ), କାକଟପୁର (ଏସସି) ଏବଂ ନିମାପଡା (ସାଧାରଣ) ।

Leave A Reply

Your email address will not be published.