Latest Odisha News

BREAKING NEWS

ବିଧାନସଭା ଭିତରେ ପଶିଲା ପାଣି, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ପ୍ରବଳ ବର୍ଷା ଯୋଗୁ ବୁଧବାର ଅପରାହ୍ନରେ ଉତ୍ତରପ୍ରଦେଶ ବିଧାନସଭା ଭବନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁଠି ମୌସୁମୀ ଅଧିବେଶନ ଚାଲିଥିଲା। ହଠାତ୍ ବାଦଲ ଫଟା ବର୍ଷା ସାଧାରଣ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିଛି।

ବିଲଡିଂର ପ୍ରବେଶ ପଥରେ ଭରି ଯାଇଥିଲା ବର୍ଷା ପାଣି। ଏହା ବ୍ୟତୀତ କରିଡର, ତଳ ମହଲାର କିଛି କୋଠରୀ ଜଳମଗ୍ନ ହୋଇଥିଲା। ବିଧାନସଭା ଭବନରେ ଥିବା ଲିଫ୍ଟରେ ମଧ୍ୟ ପାଣି ପଶି ଯାଇଥିଲା।

https://x.com/ANINewsUP/status/1818567213160243356?t=yeOZge4-04LvIlVGX8waWw&s=19

ତେବେ ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ଯ ଭାଇରାଲ୍ ହେବାରେ ଲାଗିଛି।

ସେହିପରି ଲକ୍ଷ୍ନୌ ମ୍ୟୁନିସିପାଲିଟି କର୍ପୋରେସନ୍‌ର କାର୍ଯ୍ୟାଳୟରେ ବର୍ଷା ଜଳ ମଧ୍ୟ ପ୍ରବେଶ କରିଛି। କାର୍ଯ୍ୟାଳୟର ଛାତରୁ ମଧ୍ୟ ପାଣି ଲିକ୍ ହେଉଛି।

Comments are closed.