Latest Odisha News

ସିଏଏ: ଶାହିନବାଗ ଭଳି ଜାଫରାବାଦରେ ମହିଳାଙ୍କ ଧାରଣା; ରାସ୍ତା, ମେଟ୍ରୋ ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପୂର୍ବୋତ୍ତର ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେସନ ପାଖରେ ପାଖାପାଖି ୫୦୦ ଲୋକ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ମେଟ୍ରୋ ଷ୍ଟେସନ ପାଖରେ ପ୍ରଦର୍ଶନ ହେଉଥିବାରୁ ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ମେଟ୍ରୋ ଅଧିକାରୀ ।

ଶନିବାର ରାତିରୁ ଏଠାରେ ବିରୋଧ ପ୍ରଦର୍ଶନ ହେଉଛି । ଲୋକଙ୍କୁ କୌଣସି ଅସୁବିଧା ନହେଉ କିମ୍ବା କିଛି ଅପ୍ରୀତିକର ଘଟଣା ନହେଉ ସେଥିପାଇଁ ପ୍ରଶାସନ ସେଠାରେ ସୁରକ୍ଷାବଳଙ୍କୁ ମୁତୟନ କରିଛନ୍ତି ।

Comments are closed.