Latest Odisha News

BREAKING NEWS

ନୂଆପଡ଼ାରେ ନାମାଙ୍କନ ଭରିଲେ ହେଭିୱେଟ୍ ନେତା: ପ୍ରାର୍ଥିପତ୍ର ଦାଖଲ କଲେ ପିସିସି ସଭାପତି ଶରତ ପଟ୍ଟନାୟକ

ନୂଆପଡ଼ା: ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଚଳଚଞ୍ଚଳ ନୂଆପଡ଼ା ସହର । ଗତକାଲି ଦୁଇ ବିଧାନସଭା ମଣ୍ଡଳୀର ହିତେଶ କୁମାର ବଗର୍ତ୍ତି ଓ ଅଭିନନ୍ଦନ ପଣ୍ଡା ନିଜ ନିଜ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ଦୁଇ ହେଭିୱେଟ୍ ନେତା ପିସିସି ସଭାପତି ଶରତ ପଟ୍ଟନାୟକ ଓ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହ କଂଗ୍ରେସ ଖଡିଆଳ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି ନିଜ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପ୍ରଥମେ ପିସିସି ସଭାପତି ନୂଆପଡ଼ା ବିଧାନସଭା ମଣ୍ଡଳୀ ପାଇଁ ଶହଶହ ସମର୍ଥକଙ୍କ ଗହଣ ରେ ଆସି ଉପଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ଦାଖଲ କରିଛନ୍ତି । ଖଡ଼ିଆଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଲଢ଼ୁଆ ଯୁବ ଚେହେରା କମଳ ଚରଣ ତାଣ୍ଡି ହଜାର ହଜାର ସମର୍ଥକଙ୍କ ସହ ଆସି ତାଙ୍କ ନାମାଙ୍କନ ପତ୍ର ଦାଖଲ କରି କଂଗ୍ରେସ ର ସଫଳତା ଓ ବର୍ତ୍ତମାନ କଂଗ୍ରେସ ୫ ନ୍ୟାୟ ୨୫ ଗ୍ୟାରେଣ୍ଟି କଥା କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଛ ପ୍ରତିଶୃତି, ଶୋଷଣ କୁ ଲୋକେ ଉଚିତ୍ ଜବାବ ଦେବେ ଓ ଏଥର କଂଗ୍ରେସ ହିଁ ଏକ ବିକଳ୍ପ ବୋଲି ଉଭୟ ପିସିସି ସଭାପତି ଓ ନବାଗତ କମଳ ଚରଣ ତାଣ୍ଡି କହିଛନ୍ତି ।

ଠିକ୍ ସେହିଭଳି ନୂଆପଡ଼ାର ଟାଣୁଆ ନେତା ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ନିଜ ଶକ୍ତି ପ୍ରଦର୍ଶନ କରି ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ନିଜ ଅନ୍ୟ ମାନଙ୍କ ପାଇଁ ଚିଲେଞ୍ଜ ସୃଷ୍ଟି କରି ବିକାଶ ହିଁ ଏକ ପନ୍ଥା ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଜନ କଲ୍ୟାଣ ଯୋଜନା ହିଁ ଆମକୁ ସହାୟକ ହେବ ଓ ନିଶ୍ଚୟ ଏକ ତରଫା ବିଜୟୀ ହେବୁ ବୋଲି ରାଜେନ୍ଦ୍ର ଢୋଲକିଆଙ୍କ ସହ ରାଜ୍ୟସଭା ସାଂସଦ ସୁଜିତ୍ କୁମାର କହିଛନ୍ତି ।

Leave A Reply

Your email address will not be published.