Latest Odisha News

BREAKING NEWS

ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଜରୁରୀ ଅବତରଣ କଲା ହେଲିକପ୍ଟର

ଭୁବନେଶ୍ବର: ରାଜଧାନୀରେ କାଳବୈଶାଖୀ ପାଇଁ ପୁରୀରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । କାଳବୈଶାଖୀ ପାଇଁ ବର୍ଷା ଓ ପବନ ଭୁବନେଶ୍ବର ହୋଇଥିଲା। ଫଳରେ ଭୁବନେଶ୍ବରରେ ଲ୍ୟାଣ୍ଡିଂ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ପୁରୀ ସମଙ୍ଗ ଅସ୍ଥାୟୀ ବସଷ୍ଟାଣ୍ଡରେ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା ।

ସୋମବାର ଅପରାହ୍ନରେ ଟ୍ବିନସିଟିରେ କାଳବୈଶାଖୀ ତାର କରାଳ ରୂପ ଦେଖାଇଥିଲା । ବର୍ଷା, ପବନ, ବଜ୍ରପାତ ସହ କୁଆପଥର ବର୍ଷା ମଧ୍ୟ ହୋଇଥିଲା । ଟ୍ବିନସିଟିର କେତେକ ସ୍ଥାନରେ ବର୍ଷା ପାଣି ଜମି ରାସ୍ତା ଘାଟ ବୁଡିଯାଇଥିଲା ।

ତେବେ ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ସହ ମୟୂରଭଞ୍ଜରୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଫେରୁଥିଲେ । ବର୍ତ୍ତମାନ ପୁରୀ ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି । ପୁରୀରୁ କାରରେ ଭୁବନେଶ୍ବର ମୁଖ୍ୟମନ୍ତ୍ରୀ ଫେରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.