Latest Odisha News

ବନ୍ଧୁ ପାଇଁ ସାଜିଲେ ହେଲମେଟ୍ ମ୍ୟାନ୍ : ମାଗଣାରେ ବାଣ୍ଟିଲେଣି ୬୦ ହଜାର ହେଲମେଟ୍

ଭୁବନେଶ୍ବର: ଦିନେ ଏକ ସଡକ ଦୁର୍ଘଟଣାରେ ନିଜ ବନ୍ଧୁକୁ ହରାଇଥିଲେ ଆଉ ଏବେ ଲୋକଙ୍କ ପାଇଁ ସାଜିଛନ୍ତି ହେଲମେଟ୍ ମ୍ୟାନ୍  । ଲୋକଙ୍କୁ ଦେଉଛନ୍ତି ସଡକ ସୁରକ୍ଷାର ବାର୍ତ୍ତା । ହଁ ଆଜ୍ଞା ଆମେ କହୁଛୁ ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାର ରାଘବେନ୍ଦ୍ର କୁମାରଙ୍କ କଥା  । ଭୁବନେଶ୍ବର-କଟକ – ପୁରୀ ଜାତୀୟ ରାଜପଥରେ ଲୋକଙ୍କୁ ସଚେତନ କରୁଛନ୍ତି ଆଉ ମାଗଣାରେ ହେଲମେଟ୍ ବାଣ୍ଟୁଛନ୍ତି  । ଯେଉଁ ବାଇକ ଚାଳକ ମାନେ ରାସ୍ତାରେ ଗଲା ବେଳେ ହେଲମେଟ୍ ପିନ୍ଧି ନଥାନ୍ତି  । ସେମାନଙ୍କୁ ହେଲମେଟ୍ ଖଣ୍ଡେ ପିନ୍ଧାଇ ଦିଅନ୍ତି  ।

ହେଲେ ସବୁଠାରୁ ବଡ କଥା ହେଉଛି ଏଥିପାଇଁ ସେ କାହାରିଠାରୁ ଟଙ୍କା ଟିଏ ବି ନିଅନ୍ତିନି । ନିଜ ବନ୍ଧୁକୁ ସଡକ ଦୁର୍ଘଟଣାରେ ହରାଇବା ବେଳେ ତାଙ୍କୁ ହେଲମେଟ୍ ନିଶା ଘାରିଥିଲା । ତାଙ୍କ କହିବା ଅନୁଯାୟୀ ଗଲା ୯ ବର୍ଷ ମଧ୍ୟରେ ସେ ୬୦ ହଜାର ଲୋକଙ୍କୁ ହେଲମେଟ୍ ବାଣ୍ଟି ସାରିଲେଣି  । ହେଲମେଟ୍ ଯୋଗୁଁ କାହାରି ଜୀବନ ନ ଯାଉ କୁ ଜୀବନର ମନ୍ତ୍ର କରି ଆଗେଇ ଚାଲିଛନ୍ତି ରାଘବେନ୍ଦ୍ର  । ଆଗକୁ ମଧ୍ୟ ସେ ଏଭଳି ପ୍ରୟାସ ଜାରି ରଖିବେ । ଭାରତର ହେଲମେଟ୍ ମ୍ୟାନ୍ ନାମରେ ସେ ବେଶ୍ ପରିଚିତ ।

Comments are closed.