Latest Odisha News

କଂଗ୍ରେସରେ ଯୋଗ ଦେବେ ହେମା ଗମାଙ୍ଗ

ନୂଆଦିଲ୍ଲୀ : ପୂର୍ବତନ ଲୋକସଭା ସାଂସଦ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଧର୍ମପତ୍ନୀ ହେମା ଗମାଙ୍ଗ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏକପ୍ରକାର ସଜବାଜ ହେଲେଣି ।

ଏହି ପୂର୍ବତନ ସାଂସଦ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମୁଁ ଦଳର ବରିଷ୍ଠ ନେତାଙ୍କୁ ନିଜର ଇଚ୍ଛା ସମ୍ପର୍କରେ ଜଣାଇବା ପାଇଁ ସାକ୍ଷାତ କରିବାକୁ ଆସିଛି । ଆହୁରି ମଧ୍ୟ “ମୁଁ କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛି ଆଉ କିଛି ନେତାଙ୍କୁ ମଧ୍ୟ ଭେଟିବାରେ ଅଛି” ।

ଆଗାମୀ ନିର୍ବାଚନରେ ଲଢିବା ପାଇଁ ଦଳ ପକ୍ଷରୁ କୌଣସି ସଙ୍କେତ ମିଳିଛି କି ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏସମ୍ପର୍କରେ ଆଲୋଚନା ଜାରି ରହିଛି । ମୁଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତ ନିଷ୍ପତ୍ତି ଛାଡିଦେଇଛି । ସେ ଯାହା ନିର୍ଣ୍ଣୟ ନେବେ, ମୁଁ ତାହା କରିବି ।

ହେମା ଗମାଙ୍ଗ କଂଗ୍ରେସ ଟିକେଟରେ ୧୯୯୯ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ଜିତିଥିଲେ। ୨୦୧୪ ନିର୍ବାଚନରେ ତାଙ୍କୁ ଦଳ ଟିକେଟ୍ ନଦେବାରୁ ସେ ସେହି ବର୍ଷ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡି ଟିକେଟରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ।

ପରବର୍ତ୍ତୀ ସମୟରେ ସେ ପ୍ରାୟ ୧୭୦୦ ଭୋଟରେ ହାରିଯାଇଥିଲେ । ବିଜେଡି ଦଳରୁ ଇସ୍ତଫା ଦେବା କାରଣ ସମ୍ପର୍କରେ ହେମା ଗମାଙ୍ଗ କହିଛନ୍ତି, ଏହା ଏକ ଆଞ୍ଚଳିକ ଦଳ । “ଦେଖିବାକୁ ଗଲେ ମୁଁ ବିଜେଡିରେ ରହିବା ଜନସାଧାରଣ ଚାହାନ୍ତି ନାହିଁ, କାରଣ ଏହା ଏକ ନେତା ଚାହେଁ ନାହିଁ” ବୋଲି ସେ କହିଛନ୍ତି ।

Comments are closed.