Latest Odisha News

BREAKING NEWS

ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାମ ଚୂଡ଼ାନ୍ତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାମ ଚୂଡ଼ାନ୍ତ କରିଛନ୍ତି । ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସର୍ଚ୍ଚ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏକ ୭ ଜଣିଆ କମିଟି ଦ୍ୱାରା ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ନାମ ଚୂଡ଼ାନ୍ତ କରାଯାଇଥିଲା ।

ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନାଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ସର୍ବସମ୍ମତ ଭାବେ ସର୍ଚ୍ଚ କମିଟି ଏହି ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାମ ଚୟନ କରିଛନ୍ତି ।

“ରାଜ୍ୟପାଳଙ୍କ ଅନୁମୋଦନ ପରେ ଲୋକାୟୁକ୍ତଙ୍କ ନାମ ଘୋଷଣା କରାଯିବ,” ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ।

ଆସନ୍ତା ବୈଠକରେ ଏହି ଲୋକାୟୁକ୍ତ କମିଟିର ୫ ଜଣ ସଦସ୍ୟଙ୍କ ନାମ ଚୂଡ଼ାନ୍ତ ହେବ ବୋଲି ସେ ସୂଚନା ଦେଇ କହିଛନ୍ତି ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୩ ଜଣିଆ ଖଣ୍ଡପୀଠର ଏକ ପ୍ରଶ୍ନର ଉତ୍ତର ଦେଇ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ।, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ଏହା ଆସନ୍ତା ଏପ୍ରିଲ ୮ ତାରିଖରୁ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବସୋମବାର ଦିନ ସୂଚନା ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଥମେ ୨୦୧୪ ମସିହା ଫେବୃଆରୀ ୧୪ ତାରିଖରେ ରାଜ୍ୟ ବିଧାନସଭାରେ ଲୋକାୟୁକ୍ତ ନିଯୁକ୍ତି ବିଲ୍ ପାସ୍ କରିଥିଲେ । ଏହି ଲୋକାୟୁକ୍ତ ବିଲଟିକୁ ଅନୁମୋଦନ ଲାଗି ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟ ପକ୍ଷରୁ ପଠାଯାଇଥିଲା । ରାଷ୍ଟ୍ରପତି ଏହି ବିଲଟିକୁ ୨୦୧୪ ଡ଼ିସେମ୍ବର ମାସରେ ଅନୁମୋଦନ ମଧ୍ୟ କରିଥିଲେ । ତେବେ ରାଷ୍ଟ୍ରପତି ଦୀର୍ଘ ୪ ବର୍ଷ ହେଲା ଏହି ବିଲକୁ ଅନୁମୋଦନ କରିଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତ ହୋଇନାହାନ୍ତି । ତେବେ ଗତବର୍ଷ ଜୁଲାଇ ୧୦ ତାରିଖରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଅକ୍ଟୋବର ୧୦ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ କରିବାକୁ ନିର୍ଦ୍ଦେଶ କରିଥିଲେ ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଗତବର୍ଷ ଡ଼ିସେମ୍ବର ମାସରେ ଏକ ୭ ଜଣିଆ ଲୋକାୟୁକ୍ତ ସର୍ଚ୍ଚ କମିଟି ଗଠନ କରିଥିଲେ ।

Leave A Reply

Your email address will not be published.