Latest Odisha News

ଝାଡଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହେମନ୍ତ ସୋରେନଙ୍କ ଅନୁରୋଧ

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଝାଡ଼ଖଣ୍ଡ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣା । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏନେଇ ସୋଶିଆଲ ମିଡିଆ ‘ଏକ୍ସ’ରେ ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

ହେମନ୍ତ ସୋରେନ ଟ୍ୱିଟ୍‌ ରେ ଉଲ୍ଲେଖ କରିଛନ୍ତି ଯେ, ରାଞ୍ଚିର ଅଭିଷେକ ରବି ଓଡ଼ିଶାର ଭୁବନେଶ୍ୱର ସ୍ଥିତ ଆଇଟିଆର କଲେଜରେ ପଢୁଥିଲେ । ସେଠାରେ ତାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଏହା ସହ ସୋରେନ ଭଗବାନ ଅଭିଷେକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ଶୋକାକୁଳ ପରିବାର ବର୍ଗକୁ ଏହି କଷ୍ଟ ସମୟରେ ଭଗବାନ ଧର୍ଯ୍ୟ ଦିଅନ୍ତୁ ଏହି ଖରାପ ସମୟରେ ସହାୟ ହୁଅନ୍ତୁ ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଜାଗମରା ସ୍ଥିତ ଘରୋଇ କଲେଜରେ ନାଁ ଲେଖାଇଥିଲେ ଝାଡ଼ଖଣ୍ଡର ଛାତ୍ର ଅଭିଷେକ ରବି । ନାମଲେଖାର ମାତ୍ର ୩ ଦିନ ପରେ ଛାତ୍ରଙ୍କ ର ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.