Latest Odisha News

BREAKING NEWS

ସୁପ୍ରିମକୋର୍ଟରୁ ନ୍ୟାୟ ଆଶା କଲେ ହେମନ୍ତ ସୋରେନ

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ଗିରଫ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ମୁଁହା ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କ ଆବେଦନ ପରେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ବିଚାର କରିବା ପାଇଁ ରାଜି ହୋଇଛନ୍ତି। ଶୁକ୍ରବାର ଏହାର ବିଚାର କରିବେ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ। ହେମନ୍ତଙ୍କ ପକ୍ଷରୁ ଓକିଲ କପିଲ ସିବଲ ଓ ଅଭିଷେକ ମନୁ ସିଂହଭି ମାମଲା ଲଢୁଛନ୍ତି। ସେମାନେ ଝାଡଖଣ୍ଡ ହାଇକୋର୍ଟରୁ ଏହି ଆବେଦନ ପ୍ରତ୍ୟାହାର କରିବେ। ବୁଧବାର ରାତିରେ ହେମନ୍ତ ଇଡି ଦ୍ଵାରା ଗିରଫ ହୋଇଥିଲେ।

ଗିରଫ ପୂର୍ବରୁ ହେମନ୍ତ ସୋରେନ ଏକ ଭିଡିଓ ଜାରି କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ଦିନସାରା ପଚରାଉଚରା ପରେ ଇଡି ତାଙ୍କୁ ହେପାଜତକୁ ନେଇଛି। “ସେମାନେ ମୋତେ ଏପରି କିଛି ଅଭିଯୋଗ କରୁଛନ୍ତି ଯାହା ମୋ ସହ ଜଡିତ ନୁହେଁ। ସେମାନେ ମୋ ବିରୋଧରେ ଜମି ଘୋଟାଲା ଅଭିଯୋଗ କରୁଛନ୍ତି। କିନ୍ତୁ ସେହି ଜମି କେବେ ବିକ୍ରୟ ହୁଏ ନାହିଁ। ସେମାନେ ମୋ ବିରୁଦ୍ଧରେ କୌଣସି ପ୍ରମାଣ ପାଇଲେ ନାହିଁ। ସେମାନେ ଦିଲ୍ଲୀରେ ବି ଚଢ଼ାଉ କରିଥିଲେ ମଧ୍ୟ କିଛି ପାଇଲେ ନାହିଁ। ଆଜି ସେମାନେ ଆସିଥିଲେ, କାରଣ ସେମାନେ ଜାଣନ୍ତି ଯେ ସନ୍ଧ୍ୟାରେ କୋର୍ଟ ବନ୍ଦ ଥାଏ। ତେଣୁ ସେମାନେ ସନ୍ଧ୍ୟାରେ ମୋତେ ଗିରଫ କଲେ।

ତେବେ ଶୁକ୍ରବାର ଏହି ମାମଲାରେ ସୁପ୍ରମକୋର୍ଟରେ ପେଶ କରାଯିବ ଦଲିଲ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତ ଯାଇଥିବା ହେମନ୍ତଙ୍କ ପାଇଁ କଣ ରାୟ ଆସିବ ତାହା ଉପରେ ନଜର ରହିବ। ସେପଟେ ତାଙ୍କ ଗିରଫ ପରେ ଝାଡଖଣ୍ଡ ରାଜନୀତି ଉଷ୍ମ ହୋଇଥିବା ବେଳେ କପିଲ କହିଛନ୍ତି ଏହା ଅତ୍ୟନ୍ତ ଗୁରୁତର ବିଷୟ।ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ବିରୋଧୀଦଳର ନେତାଙ୍କୁ ଗିରଫ କରାଯିବ ବୋଲି ଶିବଲ୍ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ତତ୍ସଲ୍ୟ କରି କହିଛନ୍ତି।

Leave A Reply

Your email address will not be published.