Latest Odisha News

BREAKING NEWS

୪୦ ଘଣ୍ଟା ପରେ ରାଞ୍ଚି ଫେରିଲେ ହେମନ୍ତ ସୋରେନ, କହିଲେ ବଜେଟ ପାଇଁ ବ୍ୟସ୍ତ ଅଛି

ରାଞ୍ଚି: ଦୀର୍ଘ ୪୦ ଘଣ୍ଟା ପରେ ରାଜଧାନୀକୁ ଫେରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ତାଙ୍କୁ ଖୋଜିବାରେ ବ୍ୟସ୍ତ ଥିବା କେନ୍ଦ୍ରୀୟ ସଂସ୍ଥା ଇଡିକୁ ଚକମା ଦେଇ ସେ ଫେରାର ହୋଇଯାଇଥିବା କୁହାଯାଉଥିବା ବେଳେ ଏବେ ରାଞ୍ଚି ଫେରିଛନ୍ତି ହେମନ୍ତ। ହଠାତ୍ ସେ ଦିଲ୍ଲୀରୁ ଗାୟବ ହୋଇଯାଇଥିଲେ । ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ୧୦ଥର ସମନ ଜାରି କରାଯାଇଛି । ସୋମବାର ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଥିଲେ । ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ସେପଟେ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିଛନ୍ତି ।

ସମନ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ବାଧା ଦେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ବଜେଟ ପାଇଁ ସେ ବ୍ୟସ୍ତ ଥିବା କହିଛନ୍ତି । ଏବଂ ବୁଧବାର ଦିନ ଇଡି କାର୍ଯ୍ୟାଳୟରେ ନିଜର ବୟାନ ରେକର୍ଡ କରିବେ ବୋଲି କହିଛନ୍ତି ହେମନ୍ତ ସୋରେନ । ଇଡି ଚଢାଉକୁ ନେଇ ଉତ୍ତେଜନା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଝାଡଖଣ୍ଡ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼କଡ଼ି କରାଯାଇଛି ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ଓ ରାଜଭବନର ୧୦୦ମିଟର ପରିଧି ଭିତରେ ୧୪୪ଧାରା ଜାରି କରାଯାଇଛି । ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରୁ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଛି ଇଡି ।

Leave A Reply

Your email address will not be published.