Latest Odisha News

BREAKING NEWS

କେରଳରେ ବିଜେପି ନେତାଙ୍କୁ ହତ୍ୟା ମାମଲା; ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଥିରୁଅନନ୍ତପୁରମ୍: କେରଳର ବିଜେପି ନେତା ରଣଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ଆଜି ୧୫ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । କେରଳର ଏକ ସ୍ଥାନୀୟ କୋର୍ଟ ପିଏଫଆଇ ସହିତ ଜଡିତ ସମସ୍ତ ୧୫ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଡିସେମ୍ବର ୧୯ ତାରିଖ ୨୦୨୧ ମସିହାରେ ରଣଜିତ ଙ୍କୁ ଆଲାପୁଝା ସ୍ଥିତ ତାଙ୍କ ଘରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପିଏଫ୍‌ଆଇ ଏବଂ ଏସଡିପିଆଇର ସଦସ୍ୟ ଥିଲେ । ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ ପିଏଫଆଇ ତଥା ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ଏବଂ ଏହାର ରାଜନୈତିକ ୱିଙ୍ଗ୍ ଏସଡିପିଆଇ ର ସଦସ୍ୟ ଅଟନ୍ତି ।

ସୂଚନା ମୁତାବକ, କୋର୍ଟ ଜାଣିବାକୁ ପାଇଥିଲେ ଯେ ୧୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଆଠ ଜଣ ଏହି ମାମଲାରେ ସିଧାସଳଖ ଜଡିତ ଅଛନ୍ତି । ଅନ୍ୟ ଚାରିଜଣ ଅଭିଯୁକ୍ତ ଅନ୍ୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେମାନେ ଏହି ଅପରାଧରେ ସିଧାସଳଖ ଜଡିତ ଥିବା ଲୋକଙ୍କ ସହ ଥିଲେ ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ର ଧରି ରଣଜିତଙ୍କ ଘରେ ପହଞ୍ଚିଥିଲେ । ଏହାପରେ କେରଳର ମାଭେଲିକର ଜିଲ୍ଲା କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ।

ଦୋଷୀଙ୍କ ଉଦ୍ଦେଶ୍ୟ ଥିଲା ଯେ, ଶ୍ରୀନିବାସ ଙ୍କୁ ଆକ୍ରମଣ ବେଳେ ଯେପରି ସେ ଦୌଡି ନପଳାନ୍ତି ସେନେଇ ତାଙ୍କୁ ରୋକିବା ତାଙ୍କ ଚିତ୍କାର ଶୁଣିବା ପରେ ଆଉ କାହାକୁ ଘରେ ପ୍ରବେଶ କରାଇନଦେବା । ରଞ୍ଜିତ ଶ୍ରୀନିବାସ ପେସାରେ ଜଣେ ଓକିଲ ଥିଲେ । ତାଙ୍କୁ ୧୯ ଡିସେମ୍ବର ୨୦୨୧ ରେ ଆଲାପୁଝାର ଭେଲ୍ଲାକିନାର ସ୍ଥିତ ତାଙ୍କ ଘରେ ତାଙ୍କ ମା, ପତ୍ନୀ ଏବଂ ସାନ ଝିଅର ଆଖି ସାମ୍ନାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.