ରାଞ୍ଚି : ନଭେମ୍ବର ୨୮ରେ ଶପଥ ନେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ବିଧାନସଭା ନିର୍ବାଚନରେ ବଡ ବିଜୟ ପରେ ସେ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେବା ସହ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି।
ଗଙ୍ଗୱାରଙ୍କୁ ଭେଟିବା ପରେ ସୋରେନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ସରକାର ଗଠନ ପାଇଁ ଦାବି କରିଛି ଏବଂ ରାଜ୍ୟପାଳଙ୍କୁ ସହଯୋଗୀ ଦଳର ସମର୍ଥନ ପତ୍ର ମଧ୍ୟ ଦେଇଛି। ସେ ଆମକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ନଭେମ୍ବର ୨୮ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।”
ବିଧାନସଭା ନିର୍ବାଚନରେ ସୋରେନଙ୍କ ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚ ମୋଟ ୮୧ଟି ଆସନରୁ ୫୬ଟି ସିଟରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ପାଇଛି। ବିଜେପରି ସମସ୍ତ ଷ୍ଟ୍ରାଟେଜିକୁ ବିଫଳ କରି ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହେମନ୍ତ ସୋରେନ। ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ହେମନ୍ତ ସୋରେନଙ୍କ ବ୍ୟତୀତ ଜେଏମଏମ କୋଟାରୁ ୬ଜଣ, କଂଗ୍ରେସ କୋଟାରୁ ୪ଜଣ ଏବଂ ଆରଜେଡି କୋଟାରୁ ଜଣେ ମନ୍ତ୍ରୀ ରହିବେ ।