Latest Odisha News

BREAKING NEWS

ଆସନ୍ତୁ ଜାଣିବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ବୟୋଜ୍ୟେଷ୍ଠ ଓ କନିଷ୍ଠ ଖେଳାଳିଙ୍କ ସମ୍ପର୍କରେ..

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ୨୩ ଜୁଲାଇରୁ ଆରମ୍ଭ ହୋଇଯିବ । ଟୋକିଓ ଅଲିମ୍ପିକ୍ସରେ ଏଥର ସର୍ବକନିଷ୍ଠ ଖେଳାଳି ଭାବେ ହେଣ୍ଡ ଜାଜା ଓ ବୟୋଜ୍ୟେଷ୍ଠ ଭାବେ ମେରୀ ହନ୍ନା ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଅଷ୍ଟ୍ରେଲିଆର ମହିଳା ଅଶ୍ୱଚାଳକ ୬୬ ବର୍ଷୀୟ ହନ୍ନା ୬ଷ୍ଠ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ୩ଟି ନାତି ନାତୁଣୀଙ୍କୁ ଖେଳାଉଥିବା ଏହି ମହିଳା ପ୍ରଥମ ଅଲିମ୍ପିକ୍ସ ପଦକ ଆଶାରେ ରହିଛନ୍ତି । ସେହିପରି ସିରିୟାର ୧୨ ବର୍ଷାୟା ଜାଜା ଗତବର୍ଷ ଟେବୁଲ ଟେନିସ ପାଇଁ ଅଲିମ୍ପିକ ଟିକେଟ ହାସଲ କରିଥିଲେ । ନିଜ ଦକ୍ଷତା ବଳରେ ସେ ଦେଶ ପକ୍ଷରୁ ଟେବୁଲ ଟେନିସରେ ପ୍ରଥମ ଖେଳିବା ଏହି ଯୋଗ୍ୟତା ହାସଲ କରିଛନ୍ତି । ଅଷ୍ଟ୍ରେଲିଆର ୬୨ ବର୍ଷୀୟ ଅଶ୍ୱଚାଳକ ଆଣ୍ଡ୍ର‌୍ୟୁ ହୋୟେ ବୟୋଜ୍ୟେଷ୍ଠ ପୁରୁଷ ଖେଳାଳି ହେବେ । ଏହା ତାଙ୍କର ରେକର୍ଡ ୮ମ ଅଲିମ୍ପିକ ହେବ ।

ରିଓ ଅଲିମ୍ପିକ୍ସରେ ନେପାଳର ସନ୍ତରଣକାରୀ ଗୈରିକା ସିଂ (୧୩ ବର୍ଷ) ସର୍ବ କନିଷ୍ଠ ଖେଳାଳି ଭାବେ ଅଂଶଗ୍ରହଣ କରିଥିଲେ ।  ଭାରତ ପକ୍ଷରୁ ୪୦ ବର୍ଷୀୟ ଶୁଟର ତେଜସ୍ୱିନୀ ସାମନ୍ତ ବୟୋଜ୍ୟେଷ୍ଠ ମହିଳା ଖେଳାଳି ଭାବେ ଏହି ମହାକୁମ୍ଭରେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.