Latest Odisha News

ସମରେ କୋଭିଡରୁ ସୁସ୍ଥ ହେଲେ ୯୪ ବର୍ଷୀୟ ବୃଦ୍ଧ

ଭୁବନେଶ୍ବର : ସମ୍ କୋଭିଡ ହସ୍ପିଟାଲ୍‌ରେ ମହାମାରୀ କରୋନାକୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ । ପୁରୀ ଅଞ୍ଚଳର ୯୪ ବର୍ଷୀୟ ବୃଦ୍ଧ ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସମ୍ କୋଭିଡ ହସ୍ପିଟାଲ୍‌ରେ ଗତ ୧୩ ତାରିଖରେ ଭର୍ତ୍ତି କରାଯାଇଥିଲା । ଆଜି ଏହି ବୃଦ୍ଧ ଜଣକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଅଧିକ ମାତ୍ରାରେ ଅକ୍ସିଜେନର ଆବଶ୍ୟକତା ଥିଲା । ନିଶ୍ବାସ ନେବାରେ ସେ କଷ୍ଟ ଅନୁଭବ କରିବା ସହ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସମେତ ଅନେକ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ମଧ୍ୟ ରହିଥିଲା । ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିଲା ।

ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ବାସ୍ଥ କର୍ମୀଙ୍କ ସେବା, ଯତ୍ନ ଓ ଉତ୍ତମ ଚିକିତ୍ସା ଯୋଗୁଁ ଏହି ବୃଦ୍ଧ ଜଣକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁରଥଙ୍କ ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ବୋହୁ ସୁଲୋଚନା ସାହୁ । ତାଙ୍କ ଶ୍ବଶୁରଙ୍କ ଚିକିତ୍ସା ଠିକ୍ କରାଯାଉଥିଲା ଏବଂ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ଠିକ୍ ଭାବେ ପରିବାରକୁ ଜଣାଇ ଦିଆଯାଉଥିଲା ବୋଲି ସେ କହିଛନ୍ତି । କରୋନା ମହାମାରୀର ଦ୍ବିତୀୟ ଲହରରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଅନେକ ବୟୋଜ୍ୟେଷ୍ଠ ସୁସ୍ଥ ହୋଇ ଘରକୁ ଫେରିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.