Latest Odisha News

BREAKING NEWS

ହାତୀ ଆତଙ୍କରେ ଥରୁଛି ଗାଁ

ଢେଙ୍କାନାଳ : ପୁଣି ଗଜରାଜ ଆତଙ୍କ । ଗାଁ ଭିତରେ ଏବେ ଦିନ ଦିପହରରେ ବି ଆତଙ୍କ ଖେଳାଉଛନ୍ତି ହାତୀ ପଲ । ଗାଁ ଦାଣ୍ଡରେ ପଡିଲାଣି ତାଟି କବାଟ । ଗାଁରେ ପଶି ଫସଲ ନଷ୍ଟ କରିଚାଲିଥିବା ବେଳେ ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ ।  ଢେଙ୍କାନାଳ ଜିଲ୍ଲାରେ ବଣୁଆ ହାତୀଙ୍କ ଆତଙ୍କ l ଜିଲ୍ଲା ସଦର ମହକୁମାଠାରୁ ଓଡାପଡାର ହଳଦିବାହାଳ ଗ୍ରାମ ପର୍ଯ୍ୟନ୍ତ ଥିବା ସମସ୍ତ ଗ୍ରାମ ଏବେ ବଣୁଆ ହାତୀଙ୍କ ଆତଙ୍କରେ ଆତଙ୍କିତ l ସନ୍ଧ୍ୟା ହେଲେ ତାଟି କବାଟ ବନ୍ଦ ହେଉଛି l  ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ, ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ଅଞ୍ଚଳବାସୀ ହେଲେ ମଧ୍ୟ୍ୟ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ l

ସବୁସମୟରେ ହାତୀ ଓ ମଣିଷ ଲଢେଇ ଚାଲିଛି. କେତେବେଳେ ହାତୀ ମରୁଛିତ, କେତେବେଳେ ମଣିଷ l କେନାଲ ଯିବା ଯୋଗୁ ହାତୀଙ୍କର ଚଲାପଥ ବନ୍ଦ ହୋଇଯାଇଛି l ଯାହାଫଳରେକି ହାତୀ ଏବେ ଜନବସତି ଆଡେ ମୁହଉଛନ୍ତି l ବନବିଭାଗ ତରଫରୁ ହାତୀ ଚଲା ବାଟ ପାଇଁ ସୁଡ଼ଙ୍ଗ ହେଉଥିବାବେଳେ କାମ ମନ୍ଥର ଗତିରେ ଓ ମନମୁଖୀ ହେଉଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ହାତୀ ଚଲାପଥ ବନ୍ଦ ହୋଇଯିବାରୁ ହାତୀପଲ ରେଳ ଧାରଣ ପlରହେଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାର ନଜିର ମଧ୍ୟ ରହିଛି l

 

Leave A Reply

Your email address will not be published.