Latest Odisha News

BREAKING NEWS

ଆରମ୍ଭ ହେବ କି ସତ୍ୟମେବ ଜୟତେ, କେତେ ପାଉଣା ନେଉଥିଲେ ଆମୀର ?

ମୁମ୍ବାଇ: ବଲିଉଡର ଜଣେ ଜଣାଶୁଣା ସୁପରଷ୍ଟାର । ହେଲେ ଚାଲିଚଲଣ ବେଶ ସାଧାରଣ । ତାଙ୍କ ପାଟି ନୁହେଁ ବରଂ କାମ କହେ କଥା । ବାଛିବାଛି ବର୍ଷକୁ ଗୋଟିଏ ଫିଲ୍ମ ରିଲିଜ । ଅତି ବେଶିରେ ଦୁଇଟି ଫିଲ୍ମ । ହେଲେ ଦର୍ଶକଙ୍କୁ ନିଜ ଅଭିନୟରେ ବାନ୍ଧି ରଖିବା କଳାକୁ ଆମୀର ବେଶ ଭଲ ଭାବେ ଜାଣନ୍ତି ।

ନିଜ ଟ୍ରାକ୍ ବାହାରେ ସେ ଲୋକଙ୍କୁ ସହାୟତା କରିବାକୁ ହାତ ବଢାଇଥାନ୍ତି । ଖାସ ଏହି ଗୁଣ ଯୋଗୁଁ ଅନେକ ଦର୍ଶକ ତାଙ୍କର ଫ୍ୟାନ ପାଲଟିଛନ୍ତି । ରିୟଲ ଲାଇଫ ଛଡା ରିଲ୍ ଲାଇଫରେ ବି ଆମୀର ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରୟାସ କରିଥିଲେ । ଯାହାର ପରିଣାମ ସ୍ୱରୂପ ସାମ୍ନାକୁ ଆସିଥିଲା ସତ୍ୟମେବ ଜୟତେ ଭଳି ସୋ ।

ଲୋକଙ୍କୁ ସହାୟତା ଦେବା ସହ ସମାଜରେ ସଚେତନତା ସୃଷ୍ଟି କରିବା ଲାଗି ଆମିର ଏହି ସୋର ସାହାରା ନେଇଥିଲେ । ଏକମାତ୍ର ଟିଭି ସୋ ଭାବେ ଆମିର ସତ୍ୟମେବ ଜୟତେରେ ନଜର ଆସିଥିଲେ । ଆଉ ଏଥିପାଇଁ ସେ ନେଉଥିଲେ ୩ କୋଟି ଟଙ୍କା ପ୍ରତି ଏପିସୋଡ ।

ସୋଟି ବହୁଳମାତ୍ରାରେ ଦର୍ଶକଙ୍କ ନିକଟରେ ଲୋକପ୍ରିୟତା ହାସଲ କରିଥିଲା । ୨୦୧୨ରେ ଆରମ୍ଭ ହୋଇଥିବା ଏହି ସୋ ସମୁଦାୟ ତିନୋଟି ସିଜିନ୍ ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ତେବେ ନିକଟ ଭବିଷ୍ୟତରେ ଏହି ସୋର କୌଣସି ନୂଆ ସିଜିନ ଆସିବା ନେଇ ଖବର ମିଳିନି । ଅନ୍ୟପଟେ ଆମୀର ଫିଲ୍ମ ଲାଲ ସିଂ ଚଢ୍‌ଢାର ସୁଟିଂରେ ବ୍ୟସ୍ତ ଥିବା ଜଣାପଡିଛି ।

Leave A Reply

Your email address will not be published.