ଭୁବନେଶ୍ୱର: ଆଜି ନୌସେନା ଦିବସ । ୧୯୭୧ ମସିହା ଡିସେମ୍ବର ୪ ତାରିଖ ଆଜିର ଦିନରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’ ପାଳନ କରାଯାଇଆସୁଅଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଭାରତୀୟ ନୌସେନାକୁ ଅଭିବାଦନ ଜଣାଇଛନ୍ତି ।
Best wishes to our guardians of seas and oceans and their families on #NavyDay. Salute to the men in white for their courage, indomitable spirit and dedication to protect our maritime borders. pic.twitter.com/8YEDX6MAp0
— Naveen Patnaik (@Naveen_Odisha) December 4, 2019
କାହିଁକି ପାଳନ କରାଯାଏ-
୧୯୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନ ସେନା ଭାରତର ବିମାନ ଘାଟି ଓ ସୀମାବର୍ତ୍ତୀ କ୍ଷେତ୍ର ଉପରେ ଆକ୍ରମଣ କରିଥିଲା । ଏହାର ପ୍ରତି ଜବାବରେ ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଏବଂ ପାଣ୍ଡୁବି ସହାୟତାରେ ପାକିସ୍ତାନର ଲାଇଫ ଲାଇନ କୁହାଯାଉଥିବା କରାଚୀ-ବନ୍ଦରଗାହକୁ ଧ୍ୱଂସ କରିଦେଇଥିଲା ।
ପାକିସ୍ତାନ ସେନାର ମୁକାବିଲା କରିବା ପାଇଁ ଭାରତୀୟ ସେନା ପକ୍ଷରୁ ଅପରେସନ ‘ଟ୍ରାଇଡେଣ୍ଟ୍’ ଆରମ୍ଭ କରାଯାଇଥିଲା ।ଅପରେସନ ‘ଟ୍ରାଇଡେଣ୍ଟ୍’ ଅନୁଯାୟୀ ଭାରତ ପୂର୍ବ ପାକିସ୍ତାନ(ବାଂଲାଦେଶ)କୁ ସେହିଦିନ ପାକିସ୍ତାନ ଠାରୁ ଅଲଗା କରିଦେଇଥିଲା ।
ଏହି ଯୁଦ୍ଧ ସମୟରେ ପାକିସ୍ତାନର ଏକ ତେଲ ଟ୍ୟାଙ୍କର ମଧ୍ୟ ଧ୍ୱଂସ ହୋଇଯାଇଥିଲା । ଆହୁରି ମଧ୍ୟ ଏହି ଯୁଦ୍ଧରେ ଭାରତୀୟ ନୌସେନା ନିଜ ବୀରତ୍ୱର ପରାକାଷ୍ଠା ଦେଖାଇ ଏକ ଇତିହାସ ରଚିଥିଲା ।
ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାରତୀୟ ନୌସେନା ଉପରେ ନ୍ୟସ୍ତ ଥିବାବେଳେ ପ୍ରାକୃତିକ ଦୂର୍ବିପାକ ସମୟରେ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରି ସମଗ୍ର ଜାତିକୁ ଗୌରବାନ୍ୱିତ କରିପାରିଛି ।
On Navy Day, my good wishes to all officers and men and women of the Indian Navy.
Nation is proud of your commitment in protecting our maritime frontiers, securing our trade routes, and providing assistance in times of civil emergencies.
May you ever rule the waters. Jai Hind!
— President of India (@rashtrapatibhvn) December 4, 2019
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଭାରତୀୟ ନୌସେନାକୁ ଅଭିବାଦନ ଜଣାଇଛନ୍ତି ।
On Navy Day, we salute our courageous navy personnel. Their valuable service and sacrifice have made our nation stronger and safer. pic.twitter.com/AVe6rMIZkF
— Narendra Modi (@narendramodi) December 4, 2019
ଆଜିର ଏହି ନୌସେନା ଦିବସ ଅବସରରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ସମସ୍ତ କାର୍ଯ୍ୟରତ ବ୍ୟକ୍ତିବିଶେଷ ଏବଂ ତାଙ୍କର ପରିବାର ବର୍ଗଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
Comments are closed.