Latest Odisha News

BREAKING NEWS

ଅଲିମ୍ପିକ୍ସ ଯୋଗ୍ୟତା ଲାଗି କଳିଙ୍ଗରେ ଦୂତୀଙ୍କ ଜୋରଦାର୍ ପ୍ରସ୍ତୁତି; ଜାରି କଲେ ଭିଡ଼ିଓ…

ଭୁବନେଶ୍ୱର: ଦୌଡ଼ରାଣୀ ଦୂତୀ ଚାନ୍ଦ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସେ ସୋସିଆଲ୍ ମିଡ଼ିଆରେ ଏନେଇ ଏକ ଭିଡ଼ିଓ ମଧ୍ୟ ଅପଲୋଡ୍ କରିଛନ୍ତି । ଦେଶ ବିଦେଶରେ ଥିବା ଦୂତୀଙ୍କର ଅସଂଖ୍ୟ ଫ୍ୟାନ୍ ତାଙ୍କ୍ୁ ଶୁଭେଚ୍ଛା ପ୍ରଦାନ କରିବାରେ ଲାଗିଛନ୍ତି ।

ଓଡ଼ିଶାର ଏହି ପ୍ରଖ୍ୟାତ ଧାବିକା ଭାରତର ଦ୍ରୁତତମ ମହିଳା । ନିକଟରେ ଜାତୀୟ ଆଥଲେଟିକ୍ସ ଚାମ୍ପିୟନସିପରେ ସେ ନୂତନ କିର୍ତ୍ତୀମାନ ସ୍ଥାପନ କରି ବେଶ୍ ଚର୍ଚ୍ଚିତ ହୋଇ ପଡ଼ିଥିଲେ । ଦୂତୀଙ୍କର ବ୍ୟକ୍ତିଗତ ରେକର୍ଡ଼ ୧୦୦ ମିଟର ଦୌଡ଼ରେ ରହିଛି ୧୧.୨୨ ସେକେଣ୍ଡ ।

ଏଠାରେ ଉଲ୍ଲେଖଯୋଗ୍ୟ, ଦୂତୀ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ଉଭୟ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ପାଇ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇପଡ଼ିଥିଲେ ।

Leave A Reply

Your email address will not be published.