Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ଼୍ ଅନୁଷ୍ଠିତ

ପୁରୀ: ଛାତ୍ରଛାତ୍ରୀଙ୍କୁ ନେଇ ହେରିଟେଜ ରାଇଡ଼ ଅନୁଷ୍ଠିତ ହୋଇଯାଇଛି। ସକାଳୁ ନିଳାଦ୍ରୀ ବେଳାଭୂମିରୁ ପୁରୀ ଜିଲ୍ଲାସ୍କୁଲର ୩୦ଜଣ ଛାତ୍ର ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ଦେଇ ଐତିହାସିକ ସମ୍ପୂର୍ଣ୍ଣ କାଡ଼ାର ଆଶ୍ରମ, ଶଙ୍କରାଚାର୍ଯ୍ୟ ମଠ, ତୋଟା ଗୋପୀନାଥ, ଯମେଶ୍ୱର ଓ ବଡ଼ ଓଡ଼ିଆ ମଠ ଆଦି ବୁଲି ଖୁସିବ୍ୟକ୍ତ କରିଥିଲେ। ବଡ଼ ଓଡ଼ିଆ ମଠରେ ଶ୍ରୀମନ୍ଦିରରେ ବିଭିନ୍ନ ନୀତିକାନ୍ତି ଓ ସେବା ସହ ମଠର ସମ୍ପର୍କ, ଓଡ଼ିଆ ଭାଗବତର ସ୍ରଷ୍ଟା ଜଗନ୍ନାଥ ଦାସଙ୍କ ବ୍ୟବହୃତ କଠଉ, ସ୍ୱଲିଖିତ ଭାଗବତ ପୋଥି ଦେଖିଥିଲେ।

ଗବେଷକ ଡଃ ସୁରେନ୍ଦ୍ର ମିଶ୍ର ବିଭିନ୍ନ ମଠର ଉତ୍ପତ୍ତି ଓ ମହାତ୍ମ ବିଷୟରେ ଆଲୋକପାତ କରିଥିଲେ। ପୁରୀର ଉନ୍ନତ ଓ ଐତିହ୍ୟପୂର୍ଣ୍ଣ ତଥା ସୁପ୍ତ ପ୍ରାୟ ପ୍ରାଚୀନ ପରମ୍ପରାର ଅନାଲୋଚିତ ଦିଗ ସମ୍ପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ତତ୍ତ୍ୱାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ବୁଦ୍ଧିଜିବୀ, ପର୍ଯ୍ୟଟକ ସମେତ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି।

ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ଦାଶ, ପୁରୀ ଜିଲ୍ଲାସ୍କୁଲ କ୍ରୀଡ଼ା ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡ଼ା, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଯୁଗବ୍ରତ କର, ଶାନ୍ତିରଞ୍ଜନ ମିଶ୍ର, ସୁଶାନ୍ତ ପାତ୍ର, ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Comments are closed.