Latest Odisha News

BREAKING NEWS

HIL 2025-26: ଏହି ଦିନଠୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍; ଭୁବନେଶ୍ବରରେ ଏହି ତାରିଖରୁ ମ୍ୟାଚ…

ନୂଆଦିଲ୍ଲୀ: ଭାରତର ପ୍ରମୁଖ ହକି ଟୁର୍ଣ୍ଣାମେଣ୍ଟ ହକି ଇଣ୍ଡିଆ ଲିଗ୍ (Hero Hockey India League (HIL) ଶନିବାର ଦିନ 2025-26 ସିଜିନ୍ ପାଇଁ ପୁରୁଷ ଏବଂ ମହିଳା ବିଭାଗର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ରୋମାଞ୍ଚ, ଉତ୍ସାହ ଏବଂ ନୂତନ ସୁଯୋଗରେ ପରିପୂର୍ଣ୍ଣ ହେବ। ରାଞ୍ଚିର ମାରାଙ୍ଗ ଗୋମକେ ଜୟପାଲ ସିଂହ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ(Marang Gomke Jaipal Singh AstroTurf Hockey Stadium in Ranchi)ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଏହି ଘୋଷଣା କରାଯାଇଥିଲା।

ଏହି ଅବସରରେ ରାଞ୍ଚି ରୟାଲ୍ସ ଦଳର ଆଧିକାରିକ ଲୋଗୋ ଉନ୍ମୋଚନ କରାଯାଇଥିଲା ।

ଏହି ନୂତନ ସିଜିନରେ ପୁରୁଷ ଲିଗ୍ ତିନୋଟି ପ୍ରମୁଖ ସହର – ଚେନ୍ନାଇ, ରାଞ୍ଚି ଏବଂ ଭୁବନେଶ୍ୱରରେ ଖେଳାଯିବ । ସେହିପରି ରାଞ୍ଚିରେ ଗତବର୍ଷର ସଫଳ ଆୟୋଜନ ପରେ ପରେ ମହିଳା ଲିଗ୍ ପୁଣି ଥରେ ସମ୍ପୂର୍ଣ୍ଣ ଭାବରେ ରାଞ୍ଚିରେ ଅନୁଷ୍ଠିତ ହେବ।

HIL ପରିଚାଳନା କମିଟିର ଅଧ୍ୟକ୍ଷ ଦିଲୀପ ତିର୍କୀ କହିଛନ୍ତି, “ଗତ ସିଜନର ସଫଳତା ଏହି ଟୁର୍ଣ୍ଣାମେଣ୍ଟକୁ ନୂତନ ଶିଖରରେ ପହଞ୍ଚାଇଛି। ଏଥର, ଆମେ ତିନୋଟି ସହରରେ ମ୍ୟାଚ୍ ଆୟୋଜନ କରି ହକିକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛୁ।”

HIL ର ଘୋଷିତ କାର୍ଯ୍ୟସୂଚୀ ଅନୁସାରେ, ମହିଳା ହକି ଇଣ୍ଡିଆ ଲିଗ୍ ରାଞ୍ଚିରେ ୨୮ ଡିସେମ୍ବର, ୨୦୨୫ ରୁ ୧୦ ଜାନୁଆରୀ, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଦଘାଟନୀ ମ୍ୟାଚ୍ ରାଞ୍ଚି ରୟାଲ୍ସ ଏବଂ SG ପାଇପର୍ସ ମଧ୍ୟରେ ଖେଳାଯିବ।

https://x.com/TheHockeyIndia/status/1982044373198999806

ମହିଳା ହକି ଇଣ୍ଡିଆ ଲିଗ୍ ରେ ଚାରୋଟି ଦଳ ରାଞ୍ଚି ରୟାଲ୍ସ, ଏସଜି ପାଇପର୍ସ, ଜେଏସଡବ୍ଲୁ ସୁରମା ହକି କ୍ଲବ ଏବଂ ବେଙ୍ଗଲ ଟାଇଗର୍ସ ( Ranchi Royals, SG Pipers, JSW Soorma Hockey Club, and Shrachi Rarh Bengal Tigers) ଡବଲ୍ ରାଉଣ୍ଡ-ରବିନ୍ ଫର୍ମାଟରେ ପରସ୍ପରକୁ ଭେଟିବେ । ଲିଗ୍ ପର୍ଯ୍ୟାୟ ପରେ ଶ୍ରେଷ୍ଠ ଦୁଇଟି ଦଳ ଜାନୁଆରୀ ୧୦ ରେ ଫାଇନାଲରେ ପରସ୍ପରକୁ ମୁହାଁମୁହିଁ ହେବେ।

https://x.com/TheHockeyIndia/status/1982045732132565333

ପୁରୁଷ HIL ତିନୋଟି ସହରରେ ଅନୁଷ୍ଠିତ ହେବ: ଚେନ୍ନାଇ, ରାଞ୍ଚି ଏବଂ ଭୁବନେଶ୍ୱର। ଏହି ମ୍ୟାଚ୍ ଜାନୁଆରୀ ୩, ୨୦୨୬ରେ ଚେନ୍ନାଇର ମେୟର ରାଧାକୃଷ୍ଣନ ହକି ଷ୍ଟାଡିୟମ(Mayor Radhakrishnan Hockey Stadium in Chennai)ରେ ଆରମ୍ଭ ହେବ । ଏହି ମ୍ୟାଚରେ ଘରୋଇ ଦଳ ତାମିଲନାଡୁ ଡ୍ରାଗନ୍ସ ହାଇଦ୍ରାବାଦ ତୁଫାନ୍ସ ସହିତ ମୁକାବିଲା କରିବ।

ପୁରୁଷ ଦଳରେ ତାମିଲନାଡୁ ଡ୍ରାଗନ୍ସ, ହାଇଦ୍ରାବାଦ ତୁଫାନ୍ସ, ଜେଏସଡବ୍ଲୁ ସୁରମା ହକି କ୍ଲବ, ବେଙ୍ଗଲ ଟାଇଗର୍ସ , ବେଦାନ୍ତ କଳିଙ୍ଗ ଲାନ୍ସର୍ସ, ରାଞ୍ଚି ରୟାଲ୍ସ, ଏସଜି ପାଇପର୍ସ ଏବଂ ଏଚ୍ଆଇଏଲ୍ ଗଭର୍ଣ୍ଣିଂ କାଉନସିଲ ଟିମ୍ ସାମିଲ ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩ ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ, ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀ ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଞ୍ଚିରେ ଏବଂ ଶେଷ ପର୍ଯ୍ୟାୟ ଜାନୁଆରୀ ୧୭ ରୁ ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ପ୍ରତ୍ୟେକ ଦଳ ପରସ୍ପର ସହିତ ସିଙ୍ଗଲ ରାଉଣ୍ଡ-ରବିନ୍ ଫର୍ମାଟରେ ଖେଳିବେ। ଶ୍ରେଷ୍ଠ ଚାରିଟି ଦଳ ନକଆଉଟ୍ ପାଇଁ ଯିବ। ଜାନୁଆରୀ ୨୩ରେ କ୍ୱାଲିଫାୟର ୧ ଏବଂ ଏଲିମିନେଟର, ଜାନୁଆରୀ ୨୫ରେ କ୍ୱାଲିଫାୟର ୨ ଏବଂ ଜାନୁଆରୀ ୨୬ରେ କଳିଙ୍ଗ ଷ୍ଟାଡିୟମରେ ଗ୍ରାଣ୍ଡ ଫାଇନାଲ୍ ଖେଳାଯିବ।

Comments are closed.