Latest Odisha News

ସାରା ବିଶ୍ୱରେ ବଢୁଛି ହିରୋର ଚାହିଦା; ମାସକରେ ଚାରି ଲକ୍ଷରୁ ଅଧିକ ବିକ୍ରି

ନୂଆଦିଲ୍ଲୀ: ଭାରତରେ ଦୁଇ ଚକିଆ ଯାନ ପାଇଁ ଏକ ଅଲଗା ଡିମାଣ୍ଡ ଦେଖିବାକୁ ମିଳିଥାଏ । ଦୁଇ ଚକିଆ ଉତ୍ପାଦନକାରୀ କମ୍ପାନୀ ହିରୋ ମୋଟୋକର୍ପ ଚଳିତ ବର୍ଷ ଏକ ସାନଦାର ସେଲ୍ ଆରମ୍ଭ କରିଛି । ଜାନୁଆରୀ ୨୦୨୫ରେ କମ୍ପାନୀ ସମୁଦାୟ ୪ ଲକ୍ଷ ୪୨ ହଜାର ୮୭୩ ୟୁନିଟ୍ ବିକ୍ରି କରିଛି । ଗତ ବର୍ଷ ତୁଳନାରେ ଏହା ୨.୧୪ ପ୍ରତିଶତ ବୃଦ୍ଧି ହୋଇଛି ।

ଯଦି ଆମେ ଭାରତୀୟ ବଜାରକୁ ଦେଖିବା, ହିରୋ ଗାଡିର ବିକ୍ରିରେ ୪୦ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ରପ୍ତାନିରେ କମ୍ପାନୀ ୧୪୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ।

ଟୁ-ହୁଇଲର ମେକର ହିରୋ ମୋଟୋକର୍ପ ଅନେକ ନୂଆ ଟୁ-ହୁଇଲର ମଧ୍ୟ ଲଞ୍ଚ କରିଛି, ଯେଉଁଥିରେ କେବଳ ମୋଟରସାଇକେଲ ନୁହେଁ ସ୍କୁଟର ମଧ୍ୟ ସାମିଲ ଅଛି । ଏହି ନୂଆ ମଡେଲଗୁଡିକରେ Xtreme 250R, XPulse 210, Destini 125, Xoom 125 ଏବଂ ଅନ୍ୟାନ୍ୟ ସ୍କୁଟର ରହିଛି । ଏହି ନୂଆ ମଡେଲଗୁଡିକ ହେତୁ ହିରୋ ମୋଟୋକର୍ପକୁ ସଫଳତା ମିଳିଛି ।

ଗତ ମାସରେ କମ୍ପାନୀ ମୋଟ ୪ ଲକ୍ଷ ୪୨ ହଜାର ୮୭୩ ୟୁନିଟ୍ ବିକ୍ରି କରିଥିଲା । ଯଦି ଗତ ବର୍ଷ ଜାନୁଆରୀ ୪ ଲକ୍ଷ ୩୩ ହଜାର ୫୯୮ ୟୁନିଟ୍ ଥିଲା ।ଏପରି ଭାବରେ କମ୍ପାନୀ ବର୍ଷର ପ୍ରାରମ୍ଭିକ ମାସରେ ମୋଟ୍ ୯ ହଜାର ୨୭୫ ୟୁନିଟ୍ ଅଧିକ ସେଲ କରିଛି ।

ଭାରତୀୟ ବଜାରରେ କମ୍ପାନୀ ମୋଟ୍ ୪ ଲକ୍ଷ ୧୨ ହଜାର ୩୭୮ ୟୁନିଟ୍ସ ବିକ୍ରି ହୋଇଛି, ଯାହା ଡିସେମ୍ବର ୨୦୨୪ ତୁଳନାରେ ୪୦.୧୯% ଅଧିକ ରହିଛି । ଏହା ବ୍ୟତୀତ କମ୍ପାନୀ ୩୦ ହଜାର ୪୯୫ ୟୁନିଟ୍ ରପ୍ତାନି କରିଛି, ଯାହା ୧୪୦.୮୦ ପ୍ରତିଶତ ବୃଦ୍ଧି ହୋଇଛି । ହିରୋ ମୋଟୋକର୍ପର ବାଇକ୍ ଏବଂ ସ୍କୁଟର ବିଦେଶରେ ଅଧିକ ଲୋକପ୍ରିୟ ହେଉଛି ।

ଏପଟେ ସ୍କୁଟରରେ ବହୁତ ମାତ୍ରାରେ ସେଲ ହେଉଛି । ଜାନୁଆରୀ ୨୦୨୫ ରେ ୪୨ ହଜାର ୫୮୦ ୟୁନିଟ୍ ସେଲ୍ ହୋଇଛି, ଯାହା ଗତ ବର୍ଷ ଜାନୁଆରୀ ତୁଳନାରେ ୩୪.୯୯% ଅଧିକ ।

Comments are closed.