Latest Odisha News

BREAKING NEWS

ସପ୍ତମ ଓ ଅଷ୍ଟମ ଶ୍ରେଣୀର ୯ ଛାତ୍ରଙ୍କୁ ଯୁକ୍ତ ଦୁଇ ଛାତ୍ରଙ୍କ ରାଗିଂ ଅଭିଯୋଗ

ବଲାଙ୍ଗୀର: ପୁଣି ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଡୁମ୍ବେରବାହାଲ ଗାଁରେ ଥିବା ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ଏନେଇ ପୀଡ଼ିତ ଛାତ୍ରଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଖବର ମୁତାବକ, ଗତ ୩୧ ତାରିଖରେ ଯୁକ୍ତଦୁଇ ଶ୍ରେଣୀର ୧୫ଜଣ ଛାତ୍ର ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ୯ଜଣ ଛାତ୍ରଙ୍କୁ ହଷ୍ଟେଲ ରୁମକୁ ଡାକିଥିଲେ । ହଷ୍ଟେଲ ରୁମରେ ୯ଜଣ ଛାତ୍ରଙ୍କୁ ସିନିୟର ଛାତ୍ର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି

ଘଟଣା ସମ୍ପର୍କରେ ଅଭିଭାବକମାନେ ଜିଲ୍ଲା ଆଦିବାସୀ ସଂଘ ସଭାପତି ସତ୍ୟନାରାୟଣ ଭୋଇଙ୍କୁ ଭେଟିଥିଲେ । ପରେ ଛାତ୍ର ଓ ଅଭିଭାବକ ପୁଇଁତଲା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଇଁତଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.