Latest Odisha News

BREAKING NEWS

ପାକିସ୍ତାନୀ ମାଛଧରା ବୋଟରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ

ଅହମଦାବାଦ: ଗୁଜୁରାଟ ଜଖାଉ ବନ୍ଦର ପାଖରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ । ପାକିସ୍ତାନୀ ମାଛଧରା ବୋଟରୁ ୭୭କିଲୋଗ୍ରାମ ଓଜନର ହେରୋଇନ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏନେଇ ଅଧିକାରୀ ସୂଚନା ଦେଇଥିଲେ ।

ସେମାନେ କହିଛନ୍ତି, ରବିବାର ରାତିରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏଟିଏସ୍ ମିଳିତ ଅପରେସନରେ ହେରୋଇନ ଜବତ କରାଯାଇଛି । ଗୁଜୁରାଟ ପ୍ରତିରକ୍ଷା ଜନସମ୍ପର୍କ ୟୁନିଟ୍(ପିଆରଓ) ଏକ ଟୁଇଟରେ କହିଛନ୍ତି ଯେ, ମିଳିତ ଅପରେସନରେ ‘ଅଲ ହୁସୈନୀ’ ନାମକ ଏକ ପାକିସ୍ତାନୀ ବୋଟ ଭାରତୀୟ ସମୁଦ୍ରରେ ବିଚରଣ କରୁଥିବାବେଳେ କ୍ରିଉ ସଦସ୍ୟଙ୍କ ସହ ଧରିଛି ।

ଏଥିରେ ଅଧିକ ତଦନ୍ତ ପାଇଁ ଗୁଜୁରାଟର କୁଞ୍ଚ ଜିଲ୍ଲା ଜଖାଉ ଉପକୂଳକୁ ଡ଼ଙ୍ଗା ଅଣାଯାଇଥିଲା । ଅପ୍ରେଲରେ ତଟରକ୍ଷୀ ବାହିନୀ ଏବଂ ଏଟିଏସ୍ ସମାନ ଅପରେସନ କରିଥିଲା । ୮ଜଣ ପାକିସ୍ତାନୀ ନାଗରିକଙ୍କ ସହ ଏକ ଡ଼ଙ୍ଗାକୁ ଧରି କୁଚର ଜାଖାଉ ଉପକୂଳବର୍ତ୍ତୀ ନିକଟରୁ ୩୦କିଲୋଗ୍ରାମ ହେରୋଇନ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୫୦କୋଟି ଟଙ୍କା ହେବ ।

ଗତମାସରେ ଗୁଜୁରାଟର ମୋରବି ଜିଲ୍ଲାର ଏକ ନିର୍ମାଣଧୀନ ଘରୁ ଏଟିଏସ୍ ପ୍ରାୟ ୬୦୦କୋଟି ଟଙ୍କାର ହେରୋଇନ୍ ଜବତ କରିଥିଲା । ଚଳିତବର୍ଷ ସେପ୍ଟେମ୍ବରରେ ଭାରତର ଏକକ ବୃହତ୍ତମ ହେରୋଇନ କାରବାରରେ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ପ୍ରାୟ ୩ହଜାର କି.ଗ୍ରା ଡ୍ରଗ୍ସ ଜବତ କରିଛି । ଯାହା ଆଫଗାନିସ୍ତାନରୁ ଆସିଛି ବୋଲି ବିଶ୍ୱାସ କରାଯାଇଛି ।

Leave A Reply

Your email address will not be published.