Latest Odisha News

BREAKING NEWS

ପିପିଲିରେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେଲେ

ପିପିଲି : ପିପିଲିରେ ବିଜେଡିର ମିଶ୍ରଣ ପର୍ବ । ପୁରୀ ଜିଲ୍ଲା ପିପିଲିରେ ବିଜେଡିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଉପସ୍ଥିତିରେ ଏହି କର୍ମୀମାନେ ବିଜେଡିରେ ସାମିଲ ହୋଇଥିଲେ ।

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଦଳକୁ ଆହୁରୀ ମଜବୁତ କରୁଛି ବିଜେଡି । ଦୁର୍ଗାଦାସପୁର , ମଙ୍ଗଳପୁର ପଞ୍ଚାୟତର ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ମଲ୍ଲିକ ନିଜର ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.