Latest Odisha News

BREAKING NEWS

ଦୁନିଆର ସବୁଠୁୁ ଶକ୍ତିଶାଳୀ ଦୁଇ ଭାଇ: ଦିନକୁ ଖାଆନ୍ତି ୧୩୦୦୦ କ୍ୟାଲୋରୀଯୁକ୍ତ ଖାଦ୍ୟ

ୟୁରୋପ: ଦୁନିଆରେ ବହୁତ ଶକ୍ତିଶାଳୀ ଲୋକ ଅଛନ୍ତି, ଯେଉଁମାନଙ୍କ ଶକ୍ତି ପ୍ରଦର୍ଶନ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଜିକାଲି ଲୋକମାନେ ବଡ଼ିବିଲ୍‌ଡ଼ିଂ କରି ନିଜକୁ ଶକ୍ତିଶାଳୀ ଦେଖାଇବାକୁ ଚାହାଁନ୍ତି । କିନ୍ତୁ ଅନେକ ଥର ସେମାନଙ୍କର ସ୍ୱାସ୍ଥ୍ୟ ଭଲ ହୋଇ ନ ଥାଏ । କାରଣ ସେମାନେ ସୁସ୍ଥ ଖାଦ୍ୟ ଖାଇ ନ ଥାନ୍ତି । କିନ୍ତୁ ଏମିତି ଦୁଇ ଭାଇ ଅଛନ୍ତି, ଯିଏ ଦୁନିଆର ଶକ୍ତିଶାଳି ଭାଇ ଭାବେ ବେଶ୍ ପରିଚିତ । ଆଉ ସେମାନଙ୍କର ସ୍ୱାସ୍ଥ୍ୟର ରହସ୍ୟ ଜାଣିଲେ ଯେ, କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ ।

ୟୁରୋପରେ ରୁହନ୍ତି ଦୁଇ ଭାଇ ଲୁକ୍ ଓ ଟମ୍ । ଏମାନେ ‘ଦୁନିଆର ସବୁଠାରୁ ଶକ୍ତିଶାଳୀ ଭାଇ\’ ଭାବେ ବେଶ୍ ପ୍ରସିଦ୍ଧ । ଉଭୟ ଭାରୀ ଓଜନ ଉଠାଇ ରେକର୍ଡ ମଧ୍ୟ କରିଛନ୍ତି । ବଡ଼ ଭାଇ ଲୁକ ପ୍ରଥମେ ୟୁରୋପର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଆଖ୍ୟା ଅର୍ଜନ କରିଥିଲେ । ପରେ ସ୍କଟଲ୍ୟାଣ୍ଡର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ୫ ଥର ଟାଇଟଲ୍ ଜିତିଛନ୍ତି । ସାନ ଭାଇ ଟମ୍ ମଧ୍ୟ ଅଧିକ ଶକ୍ତିଶାଳୀ । ସେ ୨୦୨୦ ମସିହାରେ ୧୬.୧ ସେକେଣ୍ଡରେ ୧୦୦-୧୮୦ କିଲୋଗ୍ରାମର ବିଶାଳ କଂକ୍ରିଟ୍ ବଲ୍ ଉଠାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ୨୮୬ କିଲୋଗ୍ରାମର ପଥର ଉଠାଇବାର ରେକର୍ଡ ମଧ୍ୟ ତାଙ୍କ ନାମରେ ଅଛି । ଉଭୟଙ୍କ ପାଇଁ ୨୦୦ କିଲୋଗ୍ରାମ ପଥର ଉଠାଇବା ଏକ ସାଧାରଣ କଥା । ବର୍ତ୍ତମାନ ଏହି ଦୁଇ ଭାଇ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପଥର ଉଠାଇବାକୁ ନିଜକୁ ତାଲିମ ଦେଉଛନ୍ତି । ଏଥିପାଇଁ ସେମାନେ ଖାଦ୍ୟରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।
ସେମାନେ ପ୍ରତିଦିନ ୧୩୦୦୦ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଉଛନ୍ତି । ପ୍ରତିଦିନ ସକାଳୁ ଉଠି ୧୦ ଟି ଅଣ୍ଡା ଖାଇଥାନ୍ତି । ତା’ପରେ ଦଲିଆ ଖାଆନ୍ତି । ପ୍ରାୟ ଦେଢ ଼ ଘଣ୍ଟା ପରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯଥା- ୩୦୦ ଗ୍ରାମ ପର୍ଯ୍ୟନ୍ତ ଷ୍ଟିକ୍‌, ଚିକେନ୍ କିମ୍ବା ଅନ୍ୟ କୌଣସି ମାଂସ ମଧ୍ୟ ଖାଇଥା’ନ୍ତି । ଏହାପରେ ସେମାନେ ମଧ୍ୟାହ୍ନ ଭୋଜନ କରନ୍ତି । ଜିମ୍ ପୂର୍ବରୁ ଏକ ବଡ ବର୍ଗର ଏବଂ ଚିପ୍ସ ଖାଆନ୍ତି । ପରେ ସେ ଟ୍ରେନିଂ କରିବାକୁ ଯାଆନ୍ତି । ସନ୍ଧ୍ୟାରେ ସ୍ନାକ୍ସ ଭଳି ଚିକେନ୍ କିମ୍ବା ଷ୍ଟିକ୍ ମଧ୍ୟ ଖାଇଥା’ନ୍ତି । ରାତ୍ରୀ ଭୋଜନରେ ଷ୍ଟିକ, ବର୍ଗର, ୪୦୦ ଗ୍ରାମ ଆଳୁ ଏବଂ କିଛି ପନିପରିବା ଖାଇଥାନ୍ତି । ପ୍ରତିଦିନ ୧୦,୦୦୦ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରନ୍ତି ଏହି ଦୁଇଭାଇ । କୌଣସି ପ୍ରତିଯୋଗିତା ଥିଲେ ଏକ ସପ୍ତାହ ପୂର୍ବରୁ, ୧୨,୦୦୦ ରୁ ୧୩,୦୦୦ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରନ୍ତି ।

 

Leave A Reply

Your email address will not be published.