Latest Odisha News

BREAKING NEWS

୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଅପହରଣ ପରେ ହତ୍ୟା ଅଭିଯୋଗ

ଝାରସୁଗୁଡା:  ୫୦ ଲକ୍ଷ ଟଙ୍କା ପାଇଁ ଜଣେ ନାବାଳକକୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ସରବାହାଲ ଅଞ୍ଚଳରେ। କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ପୁଅ ଯିଏକି ଦଶମ ଶ୍ରେଣୀରେ ପାଠ ପଢୁଥିଲେ ତାଙ୍କୁ ଅପହରଣ କରି ୫୦ ଲକ୍ଷ ଟଙ୍କା ମାଗିଥିଲେ।

ଏ ନେଇ ସଂପୃକ୍ତ ବ୍ୟବସାୟୀ ଗତ ୨୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ତେବେ ଗତ ମାର୍ଚ୍ଚ ୨୮ ତାରିଖରେ ନିଖୋଜ ନାବାଳକଙ୍କ ମୃତଦେହ ବରଗଡ଼ ଜିଲ୍ଲାରୁ ମିଳିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି। ପ୍ରମାଣ ନଷ୍ଟ କରିବାକୁ ଯାଇ ହତ୍ୟାକାରୀ ମୃତ ଦେହକୁ ପୋଡି ଦେଇଛନ୍ତି । ବରଗଡ ଜିଲ୍ଲା ଭେଡେନ୍ ଥାନା ପାଖ ଜଂଗଲରୁ ଅପହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅମିତ ଶର୍ମା ଓ ଦୀନେଶ ଅଗ୍ରଓ୍ବାଲ।

ଉଭୟେ ଝାରସୁଗୁଡ଼ାରୁ ପୀଡ଼ିତାଙ୍କୁ ଅପହରଣ କରିନେଇ ପରବର୍ତ୍ତୀ ସମୟରେ ବରଗଡ଼ରେ ହତ୍ୟା କରି ତାଙ୍କ ମୃତଦେହ ପୋଡ଼ି ଦେଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ବରଗଡ଼ରେ ଶବ ଥିବାରୁ ସେଠାରେ ପୋଷ୍ଟମର୍ଟମ ଓ ପଚରାଉଚରା ହୋଇଛି। ସେମାନେ ନାବାଳକ ଜଣଙ୍କୁ କିପରି ହତ୍ୟା କଲେ ପୋଲିସ ଜେରା କରି ତଦନ୍ତ କରୁଛି । ତେବେ ଅଭିଯୁକ୍ତମାନେ କିଛି ନା କିଛି ସ୍ୱୀକାର କରିଛନ୍ତି ବୋଲି ଝାରସୁଗୁଡ଼ା ଏସପି ସ୍ମିତ ପାରମାର କହିଛନ୍ତି।

ପୋଲିସ ଘଟଣାସ୍ଥଳରୁ କଟୁରୀ, ପେଟ୍ରୋଲ ଆଦି ଜିନିଷ ଜବତ କରିଛି । କିନ୍ତୁ ଅପହରଣ ପଛର ସଠିକ୍ କାରଣ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ମୃତକ ହେଉଛନ୍ତି ଝାରସୁଗୁଡା ସହରରେ ସରବାହଲର ଏକ ଆପାର୍ଟମେଂଟରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ୧୪ବର୍ଷିୟ ପୁଅ ସମର୍ଥ । ୨୭ତାରିଖ ଅପରାହ୍ନ ୪ଟାରେ ଇଲେକ୍ଟ୍ରିକ୍ ସୁଟି ଧରି ଘରୁ ବାହାରିଥିଲେ। ଏହାପରେ ସେ ଆଉ ଘରକୁ ଫେରି ନଥିଲେ । ପରେ ସୁନିତଙ୍କୁ ଫୋନ କରି ପୁଅର ମୁଣ୍ଡ ପାଇଁ ୫୦ଲକ୍ଷ ଟଙ୍କା ମାଗିଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଲେ ସୁନିତ । କିନ୍ତୁ ଏବେ ସମର୍ଥଙ୍କ ମୃତ ଦେହ ବରଗଡରୁ ଉଦ୍ଧାର ହୋଇଛି ।

ଏହି ଘଟଣାରେ ବରଗଡ ସାଂସଦ ସୁରେଶ ପୂଜାରୀ ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.