ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଏପ୍ରିଲ ୧ରୁ ଜୁନିୟର ମହିଳା ବିଶ୍ୱକପ ହକି ଆରମ୍ଭ ହେବ । ଅଭ୍ୟାସ ପାଇଁ ୨୮ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଜମୀନା କୁଜୁର, ଜ୍ୟୋତି ଛତ୍ରୀ,ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ ଓ ମାଧୁରୀ କିଣ୍ଡୋ । ଭୁବନେଶ୍ୱରରେ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଏହି ଅଭ୍ୟାସ ଶିବିର ଆୟୋଜିତ ହେବ । ଖେଳାଳିମାନଙ୍କ ଅଭ୍ୟାସ ନେଇ କୋଚ ଜାନେକା ସ୍କୋପମ୍ୟାନ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏହି ୨୮ଜଣିଆ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ- ବିଛୁ ଦେବୀ ଖରିବାମ, ଖୁସବୁ, ମାଧୁରୀ କିଣ୍ଡୋ, ମାରିନା ଲାଲରାମାଙ୍ଗାଖି, ପ୍ରୀତି, ପ୍ରିୟଙ୍କା, ଈଶିକା ଚୌଧୁରୀ, ଆକାଶତା ଆବୋସ ଦେଖାଲେ, ନିଲମ, ବୈଷ୍ଣବୀ ଫାଲକେ, ସଲିମା ଟେଟେ, ରୀତ, ମଂଜୁ ଚୌରାଶିଆ, ଜ୍ୟୋତି ଛତ୍ରୀ, ଆଜମିନା କୁଜୁର, ଶର୍ମିଳା ଦେବୀ, ଲାଲରେମସିଆମି, ବଲଜିତ କୌର, ନିକିତା ଟପ୍ପୋ, ଋତୁଜା ପିସାଲ, ଅନୁ, ଲାଲରିନ୍ଦିକି, ଜୀବନ କିଶୋରୀ ଟପ୍ପୋ, ମମତାଜ ଖାଁ, ବ୍ୟୁଟି ଡୁଙ୍ଗଡୁଙ୍ଗ, ଦୀପିକା, ସଙ୍ଗୀତା କୁମାରୀ, ଦୀପିକା ସୋରେଙ୍ଗ ।
Comments are closed.