Latest Odisha News

ମନ୍ଦିରରେ ଶିବରାତ୍ରୀ ପାଳନ କରୁଛନ୍ତି ଭକ୍ତ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶୈବପୀଠରେ ଚାଲିଛି ଜାଗର ମେଳା । ମନ୍ଦିର ବେଢ଼ାରେ ଦୀପଜାଳି ଜାଗର ପାଳୁଛନ୍ତି ଭକ୍ତ । ମହାଶିବରାତ୍ରୀ ଜାଗର ପାଇଁ ଲିଙ୍ଗରାଜ ମନ୍ଦିର ପାଲଟିଛି ଉତ୍ସବ ମୁଖର । ଫୁଲମାଳରେ ସଜେଇ ହୋଇଛି ମନ୍ଦିର । ପୁରା ପରିବେଶ ହରହରମହାଦେବ ଓ ଶିବ ପଞ୍ଚାକ୍ଷର ମନ୍ତ୍ରରେ ଉଚ୍ଛୁଳି ପଡ଼ୁଛି ।

ସେହିପରି ଶ୍ରୀଲୋକନାଥଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ସେପଯେ ବଲାଙ୍ଗୀରର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ସମ୍ବଲପୁରର ହୁମା ସ୍ଥିତ ପ୍ରସିଦ୍ଧ ବାବା ବିମଳେଶ୍ବର ମନ୍ଦିର ଚଳଚଞ୍ଚଳ। ହଜାର ହଜାର ଭକ୍ତଙ୍କ ସମାଗମ । ଭୋର ୪ ଟା ମନ୍ଦିର ଖୋଲିଥିବା ବେଳେ ରୀତିନୀତି ଅନୁଯାୟୀ ମହାଦେବଙ୍କ ବେଶ କରାଯାଇଥିଲା।

ଅନ୍ୟପଟେ ଧବଳେଶ୍ବର ପୀଠରେ ଫିକା ପଡିଛି ଜାଗର। ପୀଠରେ ଲାଗୁ ହୋଇଛି ୧୪୪ ଧାରା। ଫଳରେ ବିନା ଭକ୍ତରେ ମହାଦେବଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଆଜି ଧବଳେଶ୍ଵରଙ୍କ ପାଖରେ ମଧ୍ୟ ରାତ୍ରରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି ପରେ ମହାଦୀପ ଉଠିବ।

ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ପୀଠରେ ମହା ଆଡମ୍ବରରେ ଚାଲିଛି ପୂଜାର୍ଚ୍ଚନା। ରାତି ୪ଟାରେ ମନ୍ଦିର ଦ୍ଵାର ଫିଟା ପରେ ବାବାଙ୍କର ମଙ୍ଗଳ ଆଳତି କରାଯାଇଥିଲା। ପରେ କନିକା ରାଜାଙ୍କ ପକ୍ଷରୁ ରାଣୀ ଆସି ପହିଲି ଘର୍ଷଣ ଭୋଗ ଲାଗି କରିଥିଲେ।

Comments are closed, but trackbacks and pingbacks are open.