Latest Odisha News

ହାଇଟେକ ଟ୍ରାଜେଡି: ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଗଲା କହିଲା ହସ୍ପିଟାଲ

ଭୁବନେଶ୍ୱର: ହାଇଟେକ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣା, ଆଖି ବୁଜିଲେ ଦିଲୀପ ସାମନ୍ତରାୟ। ହସ୍ପିଟାଲ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛି। ଦୁର୍ଘଟଣା ପରେ ପ୍ରଥମେ ଦିଲୀପଙ୍କ ମୃତ୍ୟୁ ହୋଇଥିବା ହାଇଟେକ ପକ୍ଷରୁ କୁହାଯାଇଥିଲା। ପରବର୍ତୀ ସମୟରେ ଯାହାକୁ ଜ୍ୟୋତି ବୋଲି କୁହାଯାଉଥିଲା ସେ ଭେଣ୍ଟିଲେଟରରୁ ବାହାରି ନିଜକୁ ଦିଲୀପ ବୋଲି ପରିଚୟ ଦେଇଥିଲେ।

ଏହାପରେ ହସ୍ପିଟାଲ କହିଥିଲା ଦିଲୀପ ବଞ୍ଚିଛନ୍ତି। କିନ୍ତୁ ଜ୍ୟୋତିଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଜଣାପଡିଥିଲା। ଏବେ ହଠାତ ଦିଲୀପଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଦିଲୀପଙ୍କ ପରିବାର ଲୋକ ହସ୍ପିଟାଲ ବିରୋଧରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଛନ୍ତି।

ଏସି ମରାମତି କରିବାକୁ ଆସିଥିବାବେଳେ ବିସ୍ଫୋରଣ ହେବାରୁ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ୪ ଜଣ ଆହତ ହୋଇଥିଲେ। ସେଥିମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ ପ୍ରଥମେ ଦିଲୀପଙ୍କ ମୃତ୍ୟୁ ହୋଇଥିବା ଜଣା ପଡିବାପରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ। ସେ ଗର୍ଭବତୀ ଥିଲେ ବୋଲି ସୂଚନା ରହିଛି।

Comments are closed.