Latest Odisha News

ବଢ଼ିଲା ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମସ୍ୟା: ଦିଲ୍ଲୀ ପୋଲିସ ପଠାଇଲା ନୋଟିସ

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମସ୍ୟା l HIBOX ଆପ ସହିତ ଜଡିତ ଠକେଇ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଦିଲ୍ଲୀ ପୋଲିସ ନୋଟିସ ପଠାଇଛି । ସେପଟେ ଏହି ମାମଲାରେ ଦିଲ୍ଲୀ ପୋଲିସ୍ ସାଇବର ସେଲ୍ ମାଷ୍ଟରମାଇଣ୍ଡକୁ ଗିରଫ କରିଛି l ଅଭିଯୁକ୍ତର ଚାରୋଟି ବ୍ୟାଙ୍କ ଆକାଉଣ୍ଟରେ ଉପସ୍ଥିତ 18 କୋଟି ଟଙ୍କା ଜବତ କରିଛି ପୋଲିସ l ଏହି ଆପରେ ଅଭିଯୁକ୍ତମାନେ ନିବେଶକଙ୍କୁ ଗ୍ୟାରେଣ୍ଟି ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ଠକୁଥିଲେ l ଏହି ମାମଲାରେ ମୋଟ 151 ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ପ୍ରାୟ 500 କୋଟି ଟଙ୍କା ଠକେଇ ହୋଇଥିବା ନେଇ ମାମଲା ସାମ୍ନାକୁ ଆସିଥିଲା । ଏହି ଠକେଇ ଆପ ମାମଲାରେ ଅଧିକ ତଦନ୍ତ ପାଇଁ ୟୁଟ୍ୟୁବର୍ସ ଏଲଭିଶ ଯାଦବଙ୍କୁ ଦିଲ୍ଲୀ ପୋଲିସ ନୋଟିସ ଜାରି କରିଛି।

ସେଅଟେ ଏହି ମାମଲାରେ ‘EASEBUZZ’ ଏବଂ ‘PHONEPE’ ଭୂମିକାର ଅନୁସନ୍ଧାନ ଚାଲିଛି l ଗିରଫ ଅଭିଯୁକ୍ତ ଏହି ଆପ ମାଧ୍ୟମରେ ପାଖାପାଖି ତିରିଶ ହଜାର ଲୋକଙ୍କୁ ଠକିଥିବା ନେଇ ଖବର ମିଳିଛି l ଠକ ମାନେ ନିବେଶକଙ୍କ ଦ୍ବାରା କରାଯାଇଥିବା ଜମା ରାଶି ଉପରେ ପ୍ରତିଦିନ 1 ପ୍ରତିଶତ ରୁ 5 ପ୍ରତିଶତ ସୁଧ ଦେବା ନେଇ ପ୍ରତିଶୃତି ଦେଇଥିଲେ l ପୋଲିସର କହିବା ଅନୁସାରେ ଲୋକମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ଆପରେ ଟଙ୍କା ନିବେଶ କରିଥିଲେ l 16 ଅଗଷ୍ଟ 2024 ସୁଦ୍ଧା ଦିଲ୍ଲୀ ପୋଲିସ୍ ସାଇବର ସେଲରେ ପ୍ରାୟ 29 ଟି ଅଭିଯୋଗ ଗ୍ରହଣ କରାଯାଇଥିଲା l

ହୋଇଥିବା ଅଭିଯୋଗର ଅନୁସାରେ କିଛି ସୋସିଆଲ ମିଡ଼ିଆ ଆକାଉଣ୍ଟ ଏହି ଆପର ପ୍ରମୋଟ କରିଥିଲେ l ସେହି ଆକାଉଣ୍ଟ ଭିତରେ ୟୁଟ୍ୟୁବର୍ସ ଏଲଭିଶ ଯାଦବଙ୍କ ଆକାଉଣ୍ଟ ମଧ୍ୟ ଥିଲା l ଗତ 20 ଅଗଷ୍ଟ 2024ରେ ପୋଲିସ ଷ୍ଟେସନ ସ୍ୱତନ୍ତ୍ର ସେଲରେ ଏକ ମାମଲା ରୁଜୁ ହୋଇଥିଲା।

 

Leave A Reply

Your email address will not be published.