Latest Odisha News

BREAKING NEWS

୨୪ ଘଣ୍ଟା ଭିତରେ କଟକ ସହରରୁ ଏହି ସବୁ ହଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସମୁଦ୍ର ଭିତରେ ବଳ ଗୋଟାଇ ପ୍ରବଳ ବେଗରେ ଉପକୂଳ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’ । ବାତ୍ୟା ଦାନାକୁ ଦୃଷ୍ଟିରେ ରଖି କଟକ ସହରରୁ ହୋଡିଂ ଓ ବାଉଁଶ ଗେଟ ୨୪ ଘଣ୍ଟା ଭିତରେ ହଟାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକ ଡିସିପି, ଜିଲ୍ଲାପାଳ ଓ ସିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ରିଂ ବନ୍ଧ ଓ ସହରର ବିଭିନ୍ନ ସ୍ଥାନରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗଛ ଗୁଡିକୁ କାଟି ସଫା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ପୂଜା ମଣ୍ଡପରୁ ଗେଟ୍ ହଟିବ ନାହିଁ, ତେବେ ସେମାନଙ୍କୁ ଆସନ୍ତା ବର୍ଷକୁ ଗେଟ୍ କରିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କୋର୍ଟ ରୋକଠୋକ ଶୁଣାଇଛନ୍ତି । ଏହା ସହ ସହରରୁ ଜଳ ନିଷ୍କାସନ ପାଇଁ ପମ୍ପସେଟ୍‌ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଅନ୍ୟପଟେ ବତ୍ୟାକୁ ନଜରରେ ରଖି ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ହେଉଥିବା ଦିଖିବାକୁ ମିଳିଛି । ଏହାକୁ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଏହାକୁ ରୋକିବା ପାଇଁ ପୋଲିସକୁ ସିଭିଲ ଡ୍ରେସ୍ ରେ ନିୟୋଜିତ କରିବାକୁ କୋର୍ଟ କହିଛନ୍ତି ।

Leave A Reply

Your email address will not be published.