Latest Odisha News

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ବାଲେଶ୍ୱର ଗସ୍ତରେ ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି

ବାଲେଶ୍ୱର:ବାଲେଶ୍ୱର ଗସ୍ତରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ.ମୂରଲୀଧର। ଜିଲ୍ଲା ବାର ଆସୋସିଏସନ୍ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ ମୁଖ୍ୟ ବିଚାରପତି । ବାଲେଶ୍ୱର ବିଚାର ବିଭାଗ ଦାୟିତ୍ୱରେ ଥିବା ଉଚ୍ଚନ୍ୟାୟଳୟର ବିଚାରପତି ଦେବବ୍ରତ ଦାଶ ଓ ମୁଖ୍ୟ ବିଚାରପତି ଏସ.ମୂରଲିଧର ଅଦାଲତ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

BjdElectrycity

ପରେ ବାଲେଶ୍ୱର ବାର ଆସୋସିଏସନର ସଭାପତି ଆଇନଜୀବୀ ମନୋଜ ନାୟକ ଉଚ୍ଚ ନ୍ୟାୟଳୟର ବିଚାରପତିଙ୍କ ଆଗରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ବିଶେଷ କରି ବାଲେଶ୍ୱର ଉଚ୍ଚନ୍ୟାୟାଳୟରେ ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଓ ଅନ୍ୟାନ୍ୟ ଆବଶ୍ୟକୀୟ କୋର୍ଟ ତିଆରି କରିବା ,ଖାଲି ପଡିଥିବା ସ୍ଥାନରେ ବିଚାରପତି ନିଯୁକ୍ତି ସହ ଆଇନଜୀବୀ ମାନଙ୍କ ନିମନ୍ତେ ଅତ୍ୟାଧୁନିକ ସୁବିଧା ସୁଯୋଗ ତଥା ସ୍ୱତନ୍ତ୍ର ବାର୍ ହଲ୍ ନିର୍ମାଣ କରିବା ପାଇଁ କହିଥିଲେ।

ଅନ୍ୟପଟେ ମୁଖ୍ୟ ବିଚାରପତି ଆଇନଜୀବୀ ମାନଙ୍କର ସମସ୍ୟାର ସମାଧାନ ପାଇଁ ଯତ୍ନବାନ ହେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସଭାରେ ବିଭିନ୍ନ ଆଇନଜୀବୀ ମାନେ ଉପସ୍ଥିତ ରିହିଥିଲେ। ଶେଷରେ ବାର ଆସୋସିଏସନ୍ ର ସମ୍ପାଦକ ସମ୍ବିଦ କୁମାର ନନ୍ଦୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.