Latest Odisha News

BREAKING NEWS

“ଆଫଗାନିସ୍ତାନ ହାଲଚାଲ” ବ୍ୟାଙ୍କ ଓ ଏଟିଏମ୍ ସାମ୍ନାରେ ଲମ୍ବା ଧାଡି

ଭୁବନେଶ୍ୱର: ଆଫଗାନିସ୍ତାନର ନ୍ୟୁ କାବୁଲ୍ ବ୍ୟାଙ୍କ ଓ ଏଟିଏମ୍ ସାମ୍ନାରେ ଲାଗିଛି ଲମ୍ବା ଧାଡି । କିଛି ଏଭଳି ସ୍ଥିତି ଆଜି ସାମ୍ନାକୁ ଆସିଛି । ଦିନକୁ ଦିନ ଦେଶରେ ଦରବୃଦ୍ଧି ଲୋକଙ୍କ ପ୍ରମୁଖ ଚିନ୍ତା ବଢାଉଥିଲାବେଳେ ଅର୍ଥାଭାବ ଲୋକଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିପକାଇଛି ।

ପ୍ରାୟ ୩ରୁ ୬ ମାସ ଧରି ଦରମା ପାଇନଥିବା ପ୍ରଶାସନିକ କର୍ମଚାରୀମାନେ ନିଜ ବକୈୟା ପ୍ରାପ୍ୟ ପାଇଁ ଦାବି କରିଛନ୍ତି । ବ୍ୟାଙ୍କଗୁଡିକ ତିନିଦିନ ହେଲା ଖୋଲା ହୋଇଥିଲେ ବି ଲୋକେ ଏଟିଏମ୍‌ରୁ ନଗଦ ଉଠାଣ କରିପାରୁନଥିବା ଅଭିଯୋଗ ହୋଇଛି । କେତେକ ସ୍ଥାନରେ ଏଟିଏମ୍‌ରୁ ଦୈନିକ ମାତ୍ର ୨୦୦ ଡଲାର ଉଠାଣ ସୀମିତ ରଖାଯାଇଛି ।

Leave A Reply

Your email address will not be published.