Latest Odisha News

BREAKING NEWS

ଆମେରିକା ଡ୍ରୋନ ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ !

ୱାଶିଂଟନ: ଆମେରିକା ଡ୍ରୋନ ଆକ୍ରମଣରେ କାବୁଲ ବିମାନ ବନ୍ଦରର ମାଷ୍ଟର ମାଇଣ୍ଡ ନିହତ ହୋଇଛି । ଏହି ଖବର ଆମେରିକାର ପେଂଟାଗନ ଓ ନ୍ୟୁଜ ଏଜେନ୍ସି ରୟଟର୍ସରେ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ନଗରହନ ଅଂଚଳରେ ଆଇଏସଆଇଏସ-କେର ଆତଙ୍କବାଦୀ ଥିବା ଖବର ପାଇଁ ଏକ ଅଜ୍ଞାତ ସ୍ଥାନରୁ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା ।

ମୂଖ୍ୟ ଆତଙ୍କବାଦୀ ଏବଂ ତାଙ୍କ ସହଯୋଗୀ କାରରେ ଯାଉଥିବା ବେଳେ ଏହି ଆକ୍ରମଣ କରାଯାଇଥିଲା । ଏଥିରେ ଉଭୟ ମୃତ୍ୟୁବରଣ କରିଥିବା ପ୍ରାରମ୍ଭିକ ରିପୋର୍ଟରେ ଜଣାପଡିଛି । କାବୁଲ ବିସ୍ଫୋରଣ ପରେ ଆମେରିକା ଆତଙ୍କବାଦୀ ଖୋଜି ଖୋଜି ମରାଯିବ ବୋଲି କହିଥିଲା । ଉକ୍ତ ଆକ୍ରମଣରେ ୧୩ ଆମେରିକା ସୈନିକ ଓ ୧୭୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଥିଲେ । ୩୬ ଘଂଟା ମଧ୍ୟରେ ଆମେରିକା ତାର ଜବାବ ରଖିଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.