Latest Odisha News

BREAKING NEWS

ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: ରାଉରକେଲା ବିଜେଡି ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା । ଏନେଇ ଆଜି ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ ।

ଆସନ୍ତା ନଭେମ୍ବର ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ ସାରଦା ନାୟକଙ୍କୁ ଉତ୍ତର ରଖିବାକୁ ୨୯ ଅକ୍ଟୋବର ଶେଷ ସୁଯୋଗ ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.