କଟକ: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତର ସହ ନେଇ ଘଟଣା ସଂପର୍କିତ ଫୌଜଦାରୀ ମାମଲା ଓ ତଦନ୍ତର ସ୍ଥିତି ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ କର୍ମୀ ପିନାକପାଣି ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏ ସଂପର୍କିତ ତଥ୍ୟ ଲିଖିତ ଆକାରରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।
ଆବେଦନକାରୀଙ୍କ ତରଫରୁ ଦୁଇଟି ଘଟଣାର ସିବିଆଇ ତଦନ୍ତ ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି । ଗୋଟିଏ ହେଲା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ କଣ ପାଇଁ ଓ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଥିଲା ତାହାର ସିବିଆଇ ତଦନ୍ତ କରାଯାଇ ସତ ପଦାକୁ ଆଣିବା ଏବଂ ଅନ୍ୟଟି ହେଉଛି ୨୦୧୪ ନିର୍ବାଚନ ବେଳେ ବିଜେଡି ବ୍ୟାଙ୍କ ଖାତାକୁ କୋଟି କୋଟି ଟଙ୍କା ସନ୍ଦିଗ୍ଧ ପାଣ୍ଠିରୁ ଆସିଥିଲା । ବିଭିନ୍ନ ଚିଟଫଣ୍ଡ ସ୍କାମରେ ବିଜେଡି ସଭାପତି ଓ ଅନ୍ୟ ନେତାଙ୍କ ଭୂମିକା ମଧ୍ୟ ଯାଞ୍ଚ କରାଯିବା ଉଚିତ ବୋଲି ଆବେଦନକାରୀଙ୍କ ତରଫରୁ ଦାୟର ମାମଲରେ ଦର୍ଶାଯାଇଛି ।
Comments are closed.