Latest Odisha News

BREAKING NEWS

ଟିଟି ଷ୍ଟାର ମନିକା ବାତ୍ରା ଅଭିଯୋଗର ଶୁଣାଣୀ ନେଇ କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ଟିଟିଏଫଆଇ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ ଦାଖଲ କରିଥିଲେ । ଏ ନେଇ ଦିଲ୍ଲୀ କୋର୍ଟ କେନ୍ଦ୍ର ସରକାରଙ୍କ ଓକିଲ ମାଧ୍ୟମରେ ଜବାବ ମାଗିଛନ୍ତି । ପରବର୍ତୀ ଶୁଣାଣୀ ସେପ୍ଟମ୍ବର ୨୨ରେ ହେବ । ଫେଡେରେଶନ ଓ ମନିକାଙ୍କ ମଧ୍ୟରେ ମତଭେଦ ଉପୁଜିବାରୁ ତାଙ୍କୁ ଆଗାମୀ ଏସିଆନ ଚାମ୍ପିୟନଶିପ ପାଇଁ ବିଶୃଙ୍ଖଳିତ ଆଚରଣ ନେଇ ଦଳରେ ଚୟନ କରାଯାଇ ନ ଥିଲା । ଏ ନେଇ ସେ ଦିଲ୍ଲୀ କୋର୍ଟରେ ଅପିଲ କରିଥିଲେ । ଅଲିମ୍ପିକ୍ସରେ ସେ ତୃତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ ।

ଚୟନ ପୂର୍ବରୁ ଫେଡେରେଶନ ଜାତୀୟ କ୍ୟାମ୍ପରେ ଯୋଗ ଦେବା ଫେଡେରେଶନ ବାଧ୍ୟତାମୂଳକ କରିଥିଲା । ମନିକା କିନ୍ତୁ କ୍ୟାମ୍ପରେ ଯୋଗ ଦେଇ ନ ଥିଲେ । ଏହା ବ୍ୟତୀତ ଜାତୀୟ କୋଚ ସୌମ୍ୟଦୀପ ରାୟଙ୍କ ବିରୋଧରେ ମ୍ୟାଚ ଫିକ୍ସ କରିବା ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.