Latest Odisha News

BREAKING NEWS

ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ କଟକ ନଗର ବିଜେପିର ବିକ୍ଷୋଭ ପ୍ରଦର୍ଶନ

କଟକ: ବିଦ୍ୟୁତ୍ ବିଭାଗର ମନମୁଖୀ ଶାସନକୁ ନେଇ କଟକ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଫଳରେ ପ୍ରତିବାଦ ସ୍ୱରୂପ ଆଜି ନଗର ବିଜେପି ପକ୍ଷରୁ ଟାଉନ ହଲଠାରେ ଥିବା ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିଜେପି ଅଭିଯୋଗ କରିଛି ପ୍ରତିଦିନ କଟକରେ ବିନା ସୂଚନାରେ ବିଦ୍ୟୁତ ସରବରାହ ବନ୍ଦ କରାଯାଉଛି । ପୁଂଜିପତିଙ୍କ ଉପରେ କୋଟିକୋଟି ଟଙ୍କାର ବିଦ୍ୟୁତ ବିଲ୍ ବକୈୟା ପଡିଛି । ହେଲେ ଗରିବ ଓ ମଧ୍ୟବିତ୍ତଙ୍କଠାରୁ ଜୋର ଜବରଦସ୍ତ ବିଦ୍ୟୁତ ବିଲ୍ ଆଦାୟ ହେଉଥିବା ବିଜେପି ଅଭିଯୋଗ କରିଛି । ତେବେ ବିଜେପି ନିକଟରେ ଅଭିଯୋଗର ତାଲିକା ଏତିକିରେ ସୀମିତ ନାହିଁ । ଅସଜଡା ବିଦ୍ୟୁତ ଭିତ୍ତିଭୂମି ପାଇଁ କୋଟିକୋଟି ଟଙ୍କା ବ୍ୟୟବରାଦ ହେଉଛି । ଅଥଚ କଟକରେ ବ୍ୟୟ ବରାଦ ଅର୍ଥ ବାଟମାରଣା ହେବା ଦୁର୍ଭାଗ୍ୟଜନକ ବୋଲି ବିଜେପି ପ୍ରକାଶ କରିଛି ।

ଆଗାମୀ ଦିନରେ ବିଦ୍ୟୁତ କାଟ୍ ବନ୍ଦ କରିବା ସହ ଆବଶ୍ୟକ ଭିତ୍ତିଭୂମିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଇବାକୁ ବିଜେପି ଦାବି କରିଛି । ତେବେ ଏହି ପ୍ରସଙ୍ଗକୁ ଟାଟା ପାୱାର କିମ୍ବା ସରକାର ହାଲୁକା ଭାବେ ଗ୍ରହଣ କଲେ, ବିଜେପି ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ ସଭାପତି ଲଲାଟେନ୍ଦୁ ବଡୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.