Latest Odisha News

BREAKING NEWS

ଯନ୍ତ୍ରଣାରେ ଜର୍ଜରିତ ଜୀବନ

ପୁରୀ: ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି ମିତାଲି ସ୍ୱାଇଁ l ପୁରୀ ସଦର କେରାଣ୍ଡିପୁର ଗ୍ରାମର ୨୧ ବର୍ଷୀୟ ମିତାଲି , ପୁରୀ ଜିଲ୍ଲାପାଳଙ୍କ ନିକଟରେ ଭିକ୍ଷା ମାଗିଥିଲେ ମୋତେ ସହଯୋଗ କର ମୁଁ ଏ କଷ୍ଟ ରୁ ମୁକ୍ତି ପାଇବି l ମିତାଲି ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତହୋଇ ଏବେ ଯନ୍ତ୍ରଣାରେ ଦିନ କାଟୁଛନ୍ତି  l  ବାପା ବାଙ୍କନିଧି ଜଣେ ଦିନ ମଜୁରିଆ ତଥାପି ଅଭାବ ଅନଟନ ଭିତରେ ପୁରୀ ଠାରୁ କଟକ  ସରକାରୀ ଓ ବେସରକାରୀ ଡାକ୍ତରଖାନା ଯାଇ ଝିଅର ରୋଗ ଦେଖାଇଛନ୍ତି l

ହେଲେ ଡାକ୍ତର ନିରାଶ କରି ଫେରାଇ ଦେଇଛନ୍ତି l କିଛି ଦିନ ତଳେ ପଡିଯିବାରୁ ଝିଅର ଗୋଡ଼ ଭାଙ୍ଗିଯାଇଛି l ଯାହାର ଚିକିର୍ଷା ନିମନ୍ତେ ଟଙ୍କା ନଥିବାରୁ ଭଙ୍ଗା ଗୋଡ ଯୋଡ଼ାହେଇପାରୁନାହିଁ l ଅଭାବ ଅନଟନରେ ଭଙ୍ଗା କଛା ଘରେ ପରିବାର ରହୁଛନ୍ତି l ଫନିରେ ଘର ଛପର ଉଡାଇଦେଇଥିଲେ ହେଁ ଏ ପର୍ଯ୍ୟନ୍ତ ମରାମତି ନିମନ୍ତେ ସରକାରୀ ସହାୟତା ଦିଆଯାଇନାହିଁ l  ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଏ ବାବଦରେ ଜଣାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ l

ଜିଲ୍ଲାପାଳ ଝିଅର ଦୁଖଦଃ ଅବସ୍ଥା ଦେଖି ତୁରନ୍ତ ସିଡିମଓକୁ ଖବର ଦେଇଥିଲେ l ଡାକ୍ତର ପହଞ୍ଚି ଝିଅର ରୋଗ ଦେଖିବା ସହ ୩୦ହଜାର ଟଙ୍କା ସହାୟତା ଜିଲ୍ଲାପାଳ ଯୋଗାଇ ଦେଇଥିଲେ l

Leave A Reply

Your email address will not be published.