ଭୁବନେଶ୍ବର: ଓଡ଼ିଶାରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହୋଇସାରିଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଗଠନ ହୋଇଛି ଉଚ୍ଚସ୍ତରୀୟ କମିଟି । ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମେଟ୍ରୋ କାମ ଯେମିତି ଚାଲିବା କଥା ଚାଲିଛି କହିଲେ ମନ୍ତ୍ରୀ ।
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରକଳ୍ପର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ।
କିଭଳି ଆର୍ଥିକ ଦୃଷ୍ଟିରୁ ଏହା ସମ୍ଭବପର ହୋଇପାରିବ ସମୀକ୍ଷା ହେବ । ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କମିଟି ମେଟ୍ରୋ ଚଳାଚଳ କରୁଥିବା ବିଭିନ୍ନ ସହର ଯାଇ ସମୀକ୍ଷା କରୁଛି । ରୁଟ୍ କିଭଳି ରହିବ, କ’ଣ ପରିବର୍ତ୍ତନ ଦରକାର; ଆଲୋଚନା ଚାଲିଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟରରେ ମେଟ୍ରୋ ରେଳ ଚଳାଚଳ କରିବ । ଏହା ମଧ୍ୟରେ ୨୦ଟି ମେଟ୍ରୋ ରେଳ ଷ୍ଟେସନ ରହିବ ବୋଲି କହିଲେ ମନ୍ତ୍ରୀ ।